କୋଭିଡ୍‌ ମୁକ୍ତ ଓଡ଼ିଶା ଗଠନ ନିମନ୍ତେ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ନେବା ପାଇଁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି କୋଭିଡ୍‌-୧୯ ଟୀକାର ପ୍ରଥମ ଖୋରାକ୍‌ ନେଇଛନ୍ତି ବୋଲି ଜଣାଇଛନ୍ତି। ଆମର ବୈଜ୍ଞାନିକ, ସ୍ୱାସ୍ଥ୍ୟକର୍ମୀମାନେ କଠିନ ପରିସ୍ଥିତିରେ ଜନସାଧାରଣଙ୍କୁ ଟୀକା ପ୍ରଦାନ କାର୍ଯ୍ୟ କରୁଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏକ କୋଭିଡ୍‌ ମୁକ୍ତ ଓଡ଼ିଶା ଗଠନ ନିମନ୍ତେ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଟୀକା ନେବା ପାଇଁ ଅନୁରୋଧ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଆଜି ଭେଦଭାବମୁକ୍ତ ଦିବସ ଅବସରରେ କହିଛନ୍ତି ଯେ କୌଣସି ପରିସ୍ଥିତିରେ ଏବଂ ରୂପରେ ଭେଦଭାବ ଏକ ସମାଜିକ ବ୍ୟାଧି ଏବଂ ସମାଜରେ ଏହାର ସ୍ଥାନ ରହିବା ଉଚିତ ନୁହେଁ। ମୁଖ୍ୟମନ୍ତ୍ରୀ ଅସମାନତା ବିରୁଦ୍ଧରେ ସଂଗ୍ରାମ ସହ ମର୍ଯ୍ୟାଦାର ଅଧିକାର ଏବଂ ଏକତାକୁ ପ୍ରୋତ୍ସାହନ ଦେବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଭାରତୀୟ ମହିଳା ଲିଗ୍‌ର ପରବର୍ତ୍ତୀ ସଂସ୍କରଣର ଆୟୋଜନ ଓଡ଼ିଶା କରୁଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ଏହା ବିଶ୍ୱ କ୍ରୀଡ଼ା ଗନ୍ତବ୍ୟ ସ୍ଥଳ ଭାବରେ ରାଜ୍ୟର ସ୍ଥିତିକୁ ମଜବୁତ୍‌ କରିବା ସହ ବୃତ୍ତିଗତ କ୍ରୀଡ଼ା ପ୍ରତି ଯୁବବର୍ଗଙ୍କ ଆଗ୍ରହ ବୃଦ୍ଧି କରିବ ବୋଲି ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋରାପୁଟରେ ଜୈବିକ କଫିଚାଷର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଯୋଗୁଁ ଜନଜାତି ଗୋଷ୍ଠୀଙ୍କୁ ଦୀର୍ଘସୂତ୍ରୀ ଜୀବିକାର୍ଜନର ସୁଯୋଗ ମିଳିବା ସହ ସେମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆସିପାରିଛି। କୋରାପୁଟ ଜିଲ୍ଲା ପ୍ରଶାସନ ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ଉପରେ ଗୁରୁତ୍ୱ ଦେବା ସହ ଜିଲ୍ଲାକୁ କଫି ଓ ମସଲାର ପ୍ରମୁଖ ପେଣ୍ଠ ଭାବରେ ପରିଣତ କରିବାକୁ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି।

Comments are closed.