ରକ୍ଷା ବନ୍ଧନ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ଟ୍ୱିଟ୍‌ କରି ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିବା ବେଳେ କୋଭିଡ କଟକଣା ଅନୁଯାୟୀ ରକ୍ଷା ବନ୍ଧନ ପାଳିବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି କି, କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ରକ୍ଷା ବନ୍ଧନ ପାଳନ କରନ୍ତୁ । ତାହା ସହ ମହାପ୍ରଭୁଙ୍କ କୃପାରୁ ସୁରକ୍ଷା ଓ ଭରସାର ବନ୍ଧନ ଏହି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଆହୁରି ନିବିଡ଼ ହେଉ ବୋଲି ନବୀନ ତାଙ୍କ ଟ୍ୱିଟରେ ଲେଖିଛନ୍ତି ।

Comments are closed.