ଡକ୍ଟର ଅଜୟ କୁମାର ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଅଭିନନ୍ଦନ

ସମାଜ ପୋର୍ଟାଲ ଡେସ୍କ: ‘ଶ୍ରେଷ୍ଠ ହିନ୍ଦୀ ଗଳ୍ପ’ ପୁସ୍ତକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ଅବସରପ୍ରାପ୍ତ ହିନ୍ଦୀ ପ୍ରଫେସର ତଥା ବିଶିଷ୍ଟ ଅନୁବାଦକ ଅଜୟ କୁମାର ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି। ଏ ସମ୍ପର୍କରେ ଟ୍ୱିଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ “କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ବିଶିଷ୍ଟ ଅନୁବାଦକ ଡକ୍ଟର ଅଜୟ କୁମାର ପଟ୍ଟନାୟକଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ। ଅନୁବାଦ ସାହିତ୍ୟ କ୍ଷେତ୍ରରେ ତାଙ୍କର ଏହି ସଫଳତା ଓଡ଼ିଶା ପାଇଁ ଗୌରବର ବିଷୟ। ତାଙ୍କର ସାହିତ୍ୟ ସୃଷ୍ଟି ଗୁଡିକ ଓଡ଼ିଆ ସାହିତ୍ୟକୁ ଆହୁରି ସମୃଦ୍ଧ କରିବ।”

ସେହିପରି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି କହିଛନ୍ତି ଯେ “ଓଡ଼ିଆ ଭାଷାରେ ଅନୁବାଦିତ ‘ଶ୍ରେଷ୍ଠ ହିନ୍ଦୀ ଗଳ୍ପ‘ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ବିଶିଷ୍ଟ ଓଡିଆ ସାହିତ୍ୟିକ ଅଜୟ କୁମାର ପଟ୍ଟନାୟକଙ୍କୁ ଅଭିନନ୍ଦନ।”

୪୦ରୁ ଊର୍ଦ୍ଧ୍ବ ପୁସ୍ତକ ରଚନା କରିଥିବା ପ୍ରଫେସର ପଟ୍ଟନାୟକଙ୍କ ଏହି ଶ୍ରେଷ୍ଠ ହିନ୍ଦୀଗଳ୍ପ ପୁସ୍ତକରେ ୨୫ଟି ଅନୁଦିତ ଗଳ୍ପ ରହିଛି। କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଏକ ସ୍ୱତନ୍ତ୍ର ସମାରୋହରେ ପୁରସ୍କାର ବାବଦକୁ ୫୦ହଜାର ଟଙ୍କା, ତାମ୍ରଫଳକ ଓ ଉପଢ଼ୌକନ ପ୍ରଦାନ କରାଯିବ। ପୂର୍ବରୁ ପ୍ରଫେସର ପଟ୍ଟନାୟକ ଅନୁବାଦ ପାଇଁ ଅନେକଗୁଡିଏ ପୁରସ୍କାର ସମ୍ମାନ ଲାଭ କରିଛନ୍ତି। ଆସନ୍ତୁ ଶୁଣିବା କଣ କହିଛନ୍ତି ପ୍ରଫେସର ପଟ୍ଟନାୟକ –

Comments are closed.