ପ୍ରବାସୀ ଶ୍ରମିକ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ଆରମ୍ଭ କଲେ ହେଲ୍ପ ଡେସ୍କ

ଭୁବନେଶ୍ୱର: ପ୍ରବାସୀ ଶ୍ରମିକଙ୍କ ସହାୟତା ଓ ସୁରକ୍ଷା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲ୍ପ ଡେସ୍କ ଆରମ୍ଭ କରିଛନ୍ତି। ଶ୍ରମିକମାନଙ୍କ ପାଇଁ ସ୍ୱତନ୍ତ୍ର ସହାୟତା ଘୋଷଣା କରିବା ସହିତ ମୁଖ୍ୟମନ୍ତ୍ରୀ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ବିନା ଦେୟରେ ଶ୍ରମିକ ସହାୟତା ହେଲ୍ପ ଲାଇନ ନମ୍ବରର ଶୁଭାରମ୍ଭ କରିଛନ୍ତି। ରାଜ୍ୟ ଭିତରେ ଶ୍ରମିକମାନଙ୍କୁ ସହାୟତା ପାଇଁ ୧୫୫୩୬୮ ହେଲ୍ପ ଲାଇନ ନମ୍ବର ଓ ରାଜ୍ୟ ବାହାରେ ଅର୍ଥାତ ପ୍ରବାସୀ ଶ୍ରମିକଙ୍କ ପାଇଁ ୧୮୦୦୧୪୫୬୭୦୩ ନମ୍ବର ଜାରି କରାଯାଇଛି।
ଅନ୍ୟ ପକ୍ଷରେ ଶ୍ରମିକମାନଙ୍କ ଉଦ୍ଧାର ଏବଂ ସେମାନଙ୍କ ଅଭିଯୋଗଗୁଡିକର ତ୍ୱରିତ ସମାଧାନ ପାଇଁ ‘ଇ-ଶ୍ରମିକ ସମାଧାନ’ ଅନଲାଇନ ବ୍ୟବସ୍ଥାର ମଧ୍ୟ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି।