ବୟନିକାର ୬୭ବର୍ଷ ପୂର୍ତ୍ତି

କେନ୍ଦୁଝରଗଡ଼ : ରାଜ୍ୟ ବୟନିକାର ୬୭ତମବର୍ଷ ପୂର୍ତ୍ତି ପାଳନ ଅବସରରେ କେନ୍ଦୁଝର ଡେଲିମାର୍କେଟ ପରିସରରେ ଥିବା କେନ୍ଦୁଝର ବୟନିକାର ମଧ୍ୟ ୬୭ତମ ପୂର୍ତ୍ତି ପାଳନକୁ ଅତିରିକ୍ତ ଜିଲାପାଳ ସୁଷମା ବିଲୁଙ୍ଗ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌‌ଘାଟନ କରିଛନ୍ତି । ୬୭ବର୍ଷ ପୂର୍ତ୍ତି ପାଳନ ଅବସରରେ ଗ୍ରାହକଙ୍କୁ ୨୦ପ୍ରତିଶତ ସହିତ ଅଧିକ ୧୦ପ୍ରତିଶତ ରିଆତି ପ୍ରଦାନ ୩ଦିନ ପର୍ଯ୍ୟନ୍ତ ଉପଲବ୍ଧ ହେବାସହ ବୟନିକା ସମ୍ପର୍କରେ କେନ୍ଦୁଝର ଶାଖା ପରିଚାଳକ ବିପିନ ବେହେରା ଓ ସହାୟକ ରଜତ ବେହେରା ଅତିରିକ୍ତ ଜିଲାପାଳଙ୍କୁ ଅବଗତ କରିଥିଲେ। ତେବେ ଡେଲିମାର୍କେଟ ପରିସରରେ ଥିବା ଏହି ପ୍ରମୁଖ ଦୋକାନ ଗ୍ରାହକଙ୍କ ଆଢ଼ୁଆଳରେ ରହି ଆସୁଥିବାରୁ ଏହି ଦୋକାନକୁ କିଭଳି ସହରର ଏକ ପ୍ରମୁଖ ସ୍ଥାନକୁ ସ୍ଥାନାନ୍ତରଣ କରି ବିକ୍ରି ପାଇଁ ସୁଯୋଗ ସୃଷ୍ଟି ନିମନ୍ତେ ଆବଶ୍ୟକ ଦୋକାନ ଗୃହ ଯୋଗାଇ ଦେବାକୁ ଏହି ଅବସରରେ ପରିଚାଳକ ଶ୍ରୀ ବେହେରା ଅତିରିକ୍ତ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସୂଚନାଯୋଗ୍ୟ ଯେ, ୨୦୨୨-୨୩ ଆର୍ଥୀକବର୍ଷରେ ୧୬୨ କୋଟି ଟଙ୍କାର ବ୍ୟବସାୟ କରି ବୟନିକା ରେକର୍ଡ ସୃଷ୍ଟି କରିପାରିଛି । ଏହି ଅବସରରେ ବହୁ ଜନସାଧାରଣ ଓ ଗ୍ରାହକ ଉପସ୍ଥିତ ଥିଲେ।

Comments are closed.