ଆଚାର୍ଯ୍ୟ ହରିହର କର୍କଟରୋଗ ଅନୁଷ୍ଠାନରେ ଏମଆରଆଇ ଓ ସିଟି ସ୍କାନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟରୋଗ ଅନୁଷ୍ଠାନ (ଏଏଚପିଜିଆଇସି) ରେ ଏମଆରଆଇ ଓ ସିଟି ସ୍କାନ ସେବାର ଶୁଭାରମ୍ଭ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ଏସିଏସ ପ୍ରଦୀପ୍ତ ମହାପାତ୍ର, ଜିଲ୍ଳାପାଳ ଭବାନୀ ଶଙ୍କର ଚୟନୀ, ସିଏମସି କମିଶନର ଅନନ୍ୟା ଦାସ, ଏଏଚପିଜିଆଇସିର ନିର୍ଦ୍ଦେଶକ ଡ଼ା ଲଲାଟେନ୍ଦୁ ଷଢଙ୍ଗୀଙ୍କ ସମେତ ଅନୁଷ୍ଠାନର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Comments are closed.