ବିଶିଷ୍ଟ ବ୍ୟବବସାୟୀ ତଥା ପୂର୍ବତନ ସମିତିସଭ୍ୟଙ୍କ ପରଲୋକ

ହରଭଙ୍ଗା : ହରଭଙ୍ଗା ବଜାର ସାହିର ବିଶିଷ୍ଟ ବ୍ୟବସାୟୀ ଓ ହରଭଙ୍ଗା ପଂଚାୟତର ପୂର୍ବତନ ସମିତିସଭ୍ୟ ମହୋନଞି ଲାଲ୍ (୬୧)ଙ୍କ ସୋମବାର ହୃଦଘାତରେ ପରଲୋକ ଘଟିଛି । ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ସକାଳୁ ସେ ଶୌଚପାଇଁ ଗାଧୁଆ ଘରକୁ ଯାଇଥିବା ସମୟରେ ସେଠାରେ ପଡିଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ପ୍ରଥମେ ହରଭଙ୍ଗା ମେଡିକାଲ ଓ ପରେ ପୁରୁଣାକଟକ ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷାଣ କରିଥିଲେ। ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ଜଣାଶୁଣା ଓ ପରିଚିତ ମହଲରେ ଶୋକରଛାୟା ଖେଳିଯାଇଥିଲା । ତାଙ୍କର ଶେଷ ଦର୍ଶନ ପାଇଁ ହରଭଙ୍ଗା ବାସଭବନରେ ବିଭିନ୍ନ ବର୍ଗର ଲୋକଙ୍କ ଭିଡ ଜମିଥିଲା। ୭ନମ୍ବର ଜୋନ୍ ଜିଲ୍ଲାପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର ଗଭୀର ଶୋକପ୍ରକାଶ କରିଛନ୍ତି । ସେ ଜଣେ ମିଷ୍ଟଭାଷୀ, ପରୋପକାରୀ, ସମାଜସେବୀ, ବନ୍ଧୁବତ୍ସଳ ଲୋକଥିଲେ । ଗାଁ ଶ୍ମଶାସନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଏକମାତ୍ର ପୁତ୍ର ସୁମଞି ଲାଲ ମୁଖାଗ୍ନି ଦେଇଥିଲେ । ଏହି ସମୟରେ ତାଙ୍କ ମଝିଆ ଭାଇ ଦିଲ୍ଲୀପ ଲାଲ୍, ସାନଭାଇ ହରେନ ଲାଲ, ସାନବୋହୁ,ଭଉଣୀ ଭିଣୋଇ,ଭଣଜା ସମେତ ପରିବାରଲୋକ ଉପସ୍ଥିତ ଥିଲେ ।

Comments are closed.