ସଟ୍ ଡ଼ାଉନକୁ ସଫଳ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

କରୋନା ସଂକ୍ରମଣକୁ ରୋକିବା ନିମନ୍ତେ ଭୁବନେଶ୍ଵର, କଟକ ଓ ଭଦ୍ରକ ସହରକୁ ୪୮ଘଣ୍ଟା ନିମନ୍ତେ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିରେ ସହଯୋଗ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ, ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଛି ଏଥିରେ ରାଜ୍ୟବାସୀ ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଉଛି। ଚଳିତ ସପ୍ତାହଟି ଆମ ପାଇଁ ଗୁରୁତ୍ଵପୂର୍ଣ୍ଣ। ତେଣୁ ରାଜ୍ୟ ସରକାର କରୋନା ରୋଗୀ ଚିହ୍ନଟ ହୋଇଥିବା ତିନି ସହର ଭୁବନେଶ୍ଵର, କଟକ ଓ ଭଦ୍ରକକୁ ୪୮ଘଣ୍ଟା ପାଇଁ ସଟ୍ ଡାଉନ୍ ଜାରି କରିଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ଏହା ଅତ୍ୟନ୍ତ ଜରୁରୀ। ନିଜ ପରିବାର ଓ ବନ୍ଧୁମାନଙ୍କ ମଙ୍ଗଳ ପାଇଁ ଆମକୁ ବ୍ୟକ୍ତିଗତ ଭାବରେ ଏହି ତ୍ୟାଗ କରିବାକୁ ପଡ଼ିବ। ଆମର ଏହି ତ୍ୟାଗ ହିଁ ସମସ୍ତଙ୍କୁ ସୁରକ୍ଷିତ ରଖିପାରିବ। ତେଣୁ ଏହି ୪୮ଘଣ୍ଟା ସଟ୍ ଡାଉନକୁ ପାଳନ କରନ୍ତୁ ଏବଂ ଘରେ ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

Comments are closed.