ମୁଣ୍ଡ ବିନ୍ଧା ସହ ବାନ୍ତିରୁ ଉପଶମ ଦିଏ ଲବଙ୍ଗ
ଲବଙ୍ଗରେ ବହୁ ଉପକାରିତା ଗୁଣ ରହିଥାଏ, ଯହା ଶରୀର ପାଇଁ ଲାଭଦାୟକ ହୋଇଥାଏ। ସାଧାରଣତଃ ଲୋକେ ଏହାକୁ ଗରମ ମସଲା ରୂପେ ବ୍ୟବହାର କରିଥାନ୍ତି। ପଲୋଉ ଓ ବିରିୟାନୀରେ ଲବଙ୍ଗକୁ ଅଧିକ ମାତ୍ରରେ ବ୍ୟବହାର କରାଯାଏ। ଜାଣନ୍ତୁ ଏହାର ଉପକାରିତା ବିଷୟରେ ଯାହା ଆପଣଙ୍କୁ ଚକିତ କରିଦେବ।
୧. ଏକ ଚିମୁଟା ଲବଙ୍ଗ ପାଉଡର ନେଇ ସେଥିରେ ୧ ଚାମଚ ମହୁ ମିଶାଇ ସେବନ କଲେ ବାନ୍ତିରୁ ଉପଶମ ମିଳିଥାଏ।
୨. ନାଲି ଚା ରେ ଲବଙ୍ଗ ଫୁଟାଇ ପିଇବା ଦ୍ୱାରା ଜ୍ୱର, ସର୍ଦ୍ଧି ବହୁତ ଶିଘ୍ର ଭଲ ହୋଇଥାଏ।
୩. ଲବଙ୍ଗ ଓ ରସୁଣ କୋଲା କୁ ନେଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ପାଣି ବା ମହୁ ସହ ସେବନ କଲେ ଥଣ୍ଡା, କାଶ ଓ କଫରୁ ଆରମ ମିଳେ।
୪. ତାୱରେ ଲବଙ୍ଗକୁ ଗରମ କରି ପାଟି କଳରେ ଜାକିଲେ କଫରୁ ଆରମ ମିଳେ।
୫. ଏକ କପ୍ ପାଣିରେ ୫ଟି ଲବଙ୍ଗ ଓ ସେଥିରେ ଚିନି ମିଶାଇ ସକାଳ ଏବଂ ସଂଧ୍ୟା ବେଳେ ପିଇଲେ ମୁଣ୍ଡ ବିନ୍ଧା ଦୂର ହୋଇଥାଏ।
Comments are closed.