କୋହଲା ପାଗ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ତାମିଲନାଡୁର ଆଭ୍ୟନ୍ତରୀଣ ଅଞ୍ଚଳ ସହିତ ପାଶ୍ୱର୍ବର୍ତ୍ତୀ ରୟଲସୀମାରୁ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲାଗୁଡିକ ପର୍ଯ୍ୟନ୍ତ ବାୟୁ ମଣ୍ଡଳରେ ଏକ ନିମ୍ନ ଚାପ ରେଖା ସକ୍ରିୟ ରହିଛି । ସମୁଦ୍ର ପତ୍ତନଠାରୁ ୧.୫ କିଲୋମିଟର ଉଚ୍ଚତାରେ ଏହି ଚାପରେଖା ରହିଛି । ଏହାର ପ୍ରଭାବରେ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲାଗୁଡିକ ସମେତ ଉପକୂଳ ଅଞ୍ଚଳର କେତେକ ଜିଲାରେ କୋହଲା ପାଗ ଲାଗିରହିଛି । ଏଥିସହିତ ଓଡ଼ିଶାର କେତେକ ଜିଲାରେ ହାଲୁକା ବର୍ଷା ଲାଗି ରହିଛି ଏବଂ ଏହି ଜିଲାଗୁଡିକରେ ଅନୁରୂପ ପାଗ ପରିସ୍ଥିତି ସଂପ୍ରତି ଅପରିବର୍ତ୍ତିତ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

Comments are closed.