ବିଜୁ ଯୁବ ଜନତା ଦଳ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଫେଇ କାର୍ଯ୍ୟକ୍ରମ

ଭୁବନେଶ୍ୱର  :  ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି  ସଭାପତି  ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜୁ ଯୁବ ଜନତା ଦଳ ପକ୍ଷରୁ ସମଗ୍ର ରାଜ୍ୟରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଠାରୁ ସାମାଜିକ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଛି । ଏହି କ୍ରମରେ ଆଜି ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ତଥା ବିଧାୟକ ଡଃ ବ୍ୟୋମକେଶ ରାୟଙ୍କ ନେତୃତ୍ୱରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ଅନୁଷ୍ଠିତ ସଫେଇ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ସାମାଜିକ ସଶକ୍ତିକରଣ ବିଭାଗର ମନ୍ତ୍ରୀ  ଅଶୋକ ଚନ୍ଦ୍ର ପଣ୍ଡା, ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ-ଛାତ୍ର ବ୍ୟାପାର) ତଥା  ବିଧାୟକ  ପ୍ରଣବ କୁମାର ବଳବନ୍ତରାୟ, ଭୁବନେଶ୍ୱର ଜିଲ୍ଲା ସଭାପତି ତଥା ବିଧାୟକ ସୁଶାନ୍ତ କୁମାର ରାଉତ, ବିଧାୟକ ଅନନ୍ତ ନାରାୟଣ ଜେନା, ରାଜ୍ୟ ଛାତ୍ର ବିଜେଡ଼ି ସଭାପତି ତଥା  ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ବିଜେଡ଼ି ରାଜ୍ୟ ସମ୍ପାଦକ ଅମରେଶ ଜେନା ପ୍ରମୁଖ ଯୋଗ ଦେଇଥିଲେ। ବିଜୁ ଯୁବ ଜନତା ଦଳ ସଦାସର୍ବଦା ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ସାମାଜିକ ପ୍ରତିବଦ୍ଧତା ନିମନ୍ତେ ଉତ୍ସଗୀକୃତ ଏବଂ ଏହି ଭଳି ସାମାଜିକ ସେବା କାର୍ଯ୍ୟକ୍ରମ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ବ୍ଲକ ସ୍ତରରୁ ଜିଲ୍ଲା ସ୍ତରୀୟ ଚିକିତ୍ସାଳୟ ପରିସରରେ ଜାରି ରହିବ ବୋଲି ଯୁବ ବିଜେଡ଼ି ରାଜ୍ୟ ସଭାପତି ଡ଼ଃ ରାୟ କହିଛନ୍ତି।

Comments are closed.