ବହୁଚର୍ଚ୍ଚିତ କାଷ୍ଟିଂ କାଉଚ୍ ମାମଲା: ପପୁ ପମ୍‌ପମ୍‌ ନିର୍ଦୋଷ

ଭୁବନେଶ୍ବର: ବହୁଚର୍ଚ୍ଚିତ କାଷ୍ଟିଂ କାଉଚ୍ ମାମଲାରେ ଓଲିଉଡ଼ ଅଭିନେତା ତତ୍ତ୍ବପ୍ରକାଶ ଶତପଥୀ ଓରଫ୍‌ ପପୁ ପମ୍‌ପମ୍‌ ନିର୍ଦୋଷରେ ଖଲାସ ହୋଇଛନ୍ତି। ପପୁ ଓ ତାଙ୍କ ସହଯୋଗୀ ଗିଟୁ ନିର୍ଦୋଷରେ ଖଲାସ ହୋଇଛନ୍ତି। ଉଭୟଙ୍କୁ ମଙ୍ଗଳବାର କ୍ଲିନ୍‌ଚିଟ୍‌ ପ୍ରଦାନ କରିଛନ୍ତି ସ୍ବତନ୍ତ୍ର ପକ୍ସୋ କୋର୍ଟ।

ସୂଚନାଯୋଗ୍ୟ, ୨୦୧୬ରେ ବହୁଚର୍ଚ୍ଚିତ କାଷ୍ଟିଂ କାଉଚ୍ ଅଭିଯୋଗ ହୋଇଥିଲା। ଭୁବନେଶ୍ବରର ଜନୈକ ନାବାଳିକା ପପୁଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଫିଲ୍ମରେ କାମ ଦେବା ନାଁରେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ସେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଅଭିନେତା ପପୁ ଓ ସହଯୋଗୀ ଗିଟୁଙ୍କୁ ଗିରଫ କରାଯାଇଥିଲା।

Comments are closed.