ମାଟିପାତ୍ରର ଚମତ୍କାରୀ ଗୁଣ ବିଷୟରେ ଜାଣନ୍ତୁ

ବାସ୍ତୁଶାସ୍ତ୍ର ଅନୁଯାୟୀ ମାଟିର ପାତ୍ର ଗୃହରେ ସୁଖ, ସୌଭାଗ୍ୟ ସମୃଦ୍ଧି ଓ ପରିବାରରେ ସଭିଁଙ୍କ ଉତମ ସ୍ୱାସ୍ଥ୍ୟ ଆଣିଥାଏ। ଜାଣନ୍ତୁ ମାଟି ପାତ୍ରର ବ୍ୟବହାର ଦ୍ୱାରା କି କି ଲାଭ ମିଳିଥାଏ।
୧- ମାଟି ପାତ୍ରରେ ଖାଦ୍ୟ ପ୍ରସ୍ତୁତି ଦ୍ୱାରା ଭଗବାନଙ୍କ କୃପା ସର୍ବଦା ରହିଥାଏ।
୨- ପ୍ରତ୍ୟେକଙ୍କ ଘରେ ମାଟି ପାତ୍ର ନିଶ୍ଚୟ ରହିବା ଉଚିତ।
୩- ମାଟି ପାତ୍ରରେ ପାଣି ରଖି ଏହାକୁ ପିଇବା ଦ୍ୱାରା ବୁଧ ଓ ଚନ୍ଦ୍ରମାଙ୍କର ଶୁଭଫଳ ମିଳିଥାଏ।
୪- ମାଟି ପାତ୍ରକୁ ଘରର ଉତର-ପୂର୍ବ ଦିଗରେ ରଖନ୍ତୁ।
୫- ମାନସିକ ଅଶାନ୍ତି ଲାଗି ରହୁଥିଲେ ମାଟି ପାତ୍ରରେ ଗଛ ଲଗାଇ ସେଥିରେ ନିୟମିତ ପାଣି ଦିଅନ୍ତୁ।
୬ – ମାଟି ପାତ୍ରରେ ପାଣି ପିଇବା ଦ୍ୱାରା ମଙ୍ଗଳଙ୍କ ଉତମ ପ୍ରଭାବ ପଡ଼ିଥାଏ।
୭- ମାଟି ପାତ୍ରରେ ପାଣି ଭର୍ତି କରି ଛାତ ଉପରେ ରଖି ପକ୍ଷୀଙ୍କୁ ପିଇବାକୁ ଦେବା ଦ୍ୱାରା ଭଗବାନଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ।
୮ – ନିୟମିତ ତୁଳସୀଙ୍କ ନିକଟରେ ମାଟି ଦୀପ ଲଗାନ୍ତୁ।
୯- ମାଟିରେ ପ୍ରସ୍ତୁତ କଣ୍ଢେଇ ଆଦି ଘରେ ସଜାଇ ରଖିଲେ ପରିବାର ସଦସ୍ୟଙ୍କ ମଧ୍ୟରେ ମଧୁରତା ବୃଦ୍ଧି ପାଇଥାଏ।
୧୦ – ପର୍ବପର୍ବାଣି ସମୟରେ ଘରେ ମାଟିର ଦୀପ ଲଗାଇଲେ ଶୁଭଫଳ ପ୍ରାପ୍ତି ହୋଇଥାଏ।
୧୧- ଘରେ ମାଟିର ବାସନ ରଖିବା ଦ୍ୱାରା ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ।

Comments are closed.