ଏବେ ଖୋଲିବନି ପ୍ରଥମରୁ ଅଷ୍ଟମ

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ନବମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ଚାଲିଛି। କେବେ ଅନ୍ୟ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ ତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଏଭଳି ସ୍ଥିତିରେ ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଖୋଲିବା ବିଳମ୍ବ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗଣମାଧ୍ୟମକୁ କହିଛନ୍ତି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏବେ ସ୍କୁଲ ଖୋଲିବ ନାହିଁ। ଦେଶ ତଥା ରାଜ୍ୟରେ କରୋନା ସଂକ୍ରମଣ ତଳମୁହାଁ ଥିଲେ ମଧ୍ୟ ଏବେ ନୂଆ ଷ୍ଟ୍ରେନ୍‌କୁ ନେଇ ପୁଣିଥରେ ଲୋକ ଚିନ୍ତାରେ ଅଛନ୍ତି। ମହାରାଷ୍ଟ୍ର, କେରଳ, ଗୁଜରାଟ, ଛତିଶଗଡ଼ ଭଳି ଅନ୍ୟ ରାଜ୍ୟରେ ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହୋଇଛି। କେତେକ ସ୍ଥାନରେ ଲକ୍‌ଡାଉନ୍‌ ଆରମ୍ଭ ହୋଇଛି। ଏପରି ସ୍ଥିତିରେ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବା ନେଇ ପୁନର୍ବିଚାର ଚାଲିଛି ବୋଲି ସେ କହିଛନ୍ତି।

ଚଳିତ ମାସ ସ୍କୁଲ ଖୋଲିବାକୁ ଯୋଜନା କରାଯାଇଥିଲା। ତେବେ ଦେଶରେ ନୂଆ ସଂକ୍ରମଣ ବଢୁଥିବାରୁ ନିଷ୍ପତ୍ତିକୁ ପୁନଃବିଚାର କରାଯାଉଛି। ବିଶେଷକରି ଛତିଶଗଡ଼ରେ ସଂକ୍ରମଣ ବଢୁଥିବାରୁ ଓଡ଼ିଶା ସୀମାନ୍ତ ଜିଲାରେ ନୋଡାଲ ଅଫିସର ପହଞ୍ଚିଛନ୍ତି। ସେଠାରେ କୋଭିଡ୍‌-୧୯ ନିୟମ କଡ଼ାକଡ଼ି କରିବାକୁ ଗୁରୁତ୍ବ ଦେଉଛନ୍ତି। ବିଭିନ୍ନ ବିଦ୍ୟାଳୟ ବୁଲି ସ୍ଥିତି ପରଖୁଛନ୍ତି ନୋଡାଲ ଅଫିସର। ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଯେପରି କରୋନା ଆକ୍ରାନ୍ତ ନ ହୁଅନ୍ତି, ସେଥିପ୍ରତି କଡ଼ା ନଜର ରଖାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।
‘ପ୍ରଥମରୁ ଅଷ୍ଟମ ପିଲାଙ୍କ…

Comments are closed.