ନେତାଜୀଙ୍କ ଜୟନ୍ତୀକୁ “ଦେଶଭକ୍ତି ଦିବସ” ଘୋଷଣା କରାଯାଉ : ଚନ୍ଦ୍ର କୁମାର ବୋଷ

ନୂଆଦିଲ୍ଲୀ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ତଥା ଭାରତୀୟ ଜନତା ପାର୍ଟି(ବିଜେପି) ନେତା ଚନ୍ଦ୍ର କୁମାର ବୋଷ ନେତାଜୀଙ୍କ ଜନ୍ମ ଦିନକୁ ଦେଶଭକ୍ତି ଦିବସ ଭାବେ ପାଳନ କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଛନ୍ତି। ସେ କହିଛନ୍ତି, ଦୀର୍ଘ ଦିନ ହେବ ନେତାଜୀଙ୍କ ଜନ୍ମ ଜୟନ୍ତୀକୁ ଦେଶଭକ୍ତି ଦିବସ ଭାବେ ଘୋଷଣା କରାଯିବା ପାଇଁ ଦାବି ହୋଇଆସୁଛି। ମାତ୍ର ଏପର୍ଯ୍ୟନ୍ତ ତାହା ହୋଇ ପାରୁନାହିଁ।
ସେ ଆହୁରି କହିଛନ୍ତି, ଏବେ ଆମେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜନ୍ମ ଦିବସ ପାଳନ କରୁଛେ। ଏହି ଅବସରରେ ୨୦୨୦ ଜାନୁଆରୀ ୨୩କୁ ଦେଶଭକ୍ତି ଦିବସ କିମ୍ବା ଦେଶ ପ୍ରେମ ଦିବସ ଭାବେ ଘୋଷଣା କରିବା ଉଚିତ ହେବ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖରେ ଦାବି କରିଥିବା ଚନ୍ଦ୍ର କୁମାର କହିଛନ୍ତି।

Comments are closed.