ସୁପ୍ରିମକୋର୍ଟରେ ଜଜ ଅଭାବ, ମୋଦୀଙ୍କୁ ଚିଠି ଲେଖିଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ସମ୍ପ୍ରତି ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରପତିଙ୍କ ଅଭାବ ନେଇ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇବା ସହ ବିଚାରପତି ସଂଖ୍ୟାରେ ବୃଦ୍ଧି ଏବଂ ହାଇକୋର୍ଟ ବିଚାରପତିଙ୍କ ଅବସରଗ୍ରହଣ ବୟସସୀମା ୬୫ ବର୍ଷକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି।

ଗୋଗୋଇ ତାଙ୍କ ପତ୍ରରେ ଅନୁଛେଦ ୧୨୮ ଏବଂ ୨୨୪ଏ ଅନୁଯାୟୀ ସର୍ବୋଚ୍ଚ ନ୍ୟାୟାଳୟ ଓ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କୁ ସମୟଭିତ୍ତିକ ନିଯୁକ୍ତି ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି। ଏହା ଫଳରେ ବର୍ଷ ବର୍ଷ ଧରି ବିଚାର ନ ହୋଇ ପଡିରହିଥିବା ମାମଲାଗୁଡ଼ିକର ଶୀଘ୍ର ବିଚାର ହୋଇପାରିବ। ଜଷ୍ଟିସ ଗୋଗୋଇ ମୋଦୀଙ୍କ ନିକଟକୁ ତିନୋଟି ପତ୍ର ଲେଖିଛନ୍ତି। ଏବେ ସୁପ୍ରିମକୋର୍ଟରେ ୫୮ହଜାର ୬୬୯ଟି ମାମଲା ରହିଥିବାବେଳେ ଦୈନିକ ଅନେକ ନୂଆ କେଶ ମଧ୍ୟ ରୁଜ୍ଜୁ ହେଉଛି।

ପ୍ରଧାନ ବିଚାରପତି କହିଛନ୍ତି ଯେ ଆବଶ୍ୟକ ସଂଖ୍ୟକ ବିଚାରପତି ନ ଥିବାରୁ ଆଇନ ସମ୍ପର୍କିତ ମାମଲାଗୁଡ଼ିକର ବିଚାର ପାଇଁ ମଧ୍ୟ ଖଣ୍ଡପୀଠ ଗଠନ ହୋଇ ପାରୁନାହିଁ। ୧୯୮୮ରେ ସୁପ୍ରିମ କୋର୍ଟ ବିଚାରପତି ସଂଖ୍ୟା ୧୮ରୁ ୨୬ ଏବଂ ୨୦୦୯ରେ ୩୧କୁ ବୃଦ୍ଧି କରାଯାଇଥିଲା

Comments are closed.