ପାକ୍‌ରେ ଗୃହଯୁଦ୍ଧ ସ୍ଥିତି

କରାଚୀ: ପାକିସ୍ତାନରେ ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଦେଶରେ ସେନା ଓ ପୁଲିସ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଛି। ସିନ୍ଧ ପ୍ରଦେଶର ଇନ୍ସପେକ୍ଟର ଜେନେରାଲ ପାହ୍ୟାର ଜଣେ ପୁଲିସ ଅଧିକାରୀଙ୍କୁ ଅପହରଣ କରାଯିବା ପରେ ଏହି ଗୃହଯୁଦ୍ଧ ଦେଖାଯାଇଛି। ପୁଲିସ ଅଧିକାରୀଙ୍କ ଅପହରଣ ପାଇଁ ପାକିସ୍ତାନ ସେନାକୁ ଦାୟୀ କରାଯାଇଛି। ପାକିସ୍ତାନ ଅର୍ଦ୍ଧସାମରିକ ବାହିନୀର ରେଞ୍ଜର୍ସମାନେ ଆଇଜିପି ମୁସ୍ତାକ ଅହମ୍ମଦ ମେହରଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି। ଏହି ଅପହରଣକୁ ନେଇ ପାକିସ୍ତାନରେ ସେନା ଓ ପୁଲିସ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଅପହର୍ତ୍ତାମାନେ ବିରୋଧୀ ଦଳ ନେତା ସଫଦାର ଆୱାନଙ୍କୁ ଗିରଫ ନିମନ୍ତେ ଆଇଜିପି ମୁସ୍ତାକ ଅହମ୍ମଦଙ୍କ ଉପରେ ଚାପ ପକାଇଛନ୍ତି। ସଫଦାରଙ୍କ ଗିରଫରେ ମୁସ୍ତାକ ନାରାଜ ହେବାରୁ ତାଙ୍କୁ ଅହପହରଣ କରାଯାଇଥିବା ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ମୁଖପାତ୍ର ମୁସ୍ତାଫା ନୱାଜ ଖୋଖର କହିଛନ୍ତି। ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ନେତୃତ୍ବ ପାକିସ୍ତାନ ପିପୁଲସ୍ ପାର୍ଟି (ପିପିପି) ଏବେ ସିନ୍ଧ ପ୍ରଦେଶରେ କ୍ଷମତାରେ ରହିଛି। ଆଇଜି ପାହ୍ୟାର ପୁଲିସ ଅଧିକାରୀଙ୍କୁ ଅପହରଣ ପରେ ସିନ୍ଧ ପ୍ରଦେଶର ଅନ୍ୟ ବରିଷ୍ଠ
ଅଧିକାରୀମାନେ ଛୁଟିରେ ଯିବାକୁ ଆବେଦନ କରିଛନ୍ତି। ବିରୋଧୀ ଦଳ ନେତାଙ୍କୁ ଗିରଫ ନେଇ ପାକିସ୍ତାନ ସେନାର ଏପରି ହୀନ ଉଦ୍ୟମ ପରେ ସିନ୍ଧ ପ୍ରଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିରୋଧୀ ଦଳଗୁଡିକ ପକ୍ଷରୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବହିଷ୍କାର ଦାବି କରାଯାଇଛି। ପୂର୍ବରୁ ୧୧ ବିରୋଧୀ ଦଳ ମିଳିତ ଭାବେ ପ୍ରଧାନମନ୍ତ୍ରୀଙ୍କ ବହିଷ୍କାର ପାଇଁ ଦେଶବ୍ୟାପୀ ଶୋଭାଯାତ୍ରା କରିଥିବାବେଳେ ଏବେ ଏହା ପୁଣି ଥରେ ଜୋର ଧରିଛି। ପାକିସ୍ତାନ ଡେମୋକ୍ରାଟିକ ମୁଭମେଣ୍ଟ (ପିଡିଏମ୍) ବ୍ୟାନରରେ ହୋଇଥିବା ଏହି ଶୋଭାଯାତ୍ରା ହଜାର ହଜାର ସଂଖ୍ୟାରେ ସାଧାରଣ ଜନତା ସାମିଲ ହୋଇଥିଲେ। ଏହି ଶୋଭାଯାତ୍ରା ପରେ ପାକିସ୍ତାନ ମୁସଲିମ୍ ଲିଗ୍ ନୱାଜ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଜ୍ବାଇଁଙ୍କୁ ଗିରଫ କରାଯାଇଥିଲା।

ଅନ୍ୟପଟେ ଏହି ଅପହରଣ ଘଟଣା ଉପରେ ତଦନ୍ତ ନିର୍ଦେଶ ଦେଇଛନ୍ତି ପାକିସ୍ତାନ ସେନାମୁଖ୍ୟ ଜେନେରାଲ କ୍ବାମାର ଜାଭେଦ ବାଜୱା। ତେବେ ଇମ୍ରାନ ଖାଁ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ଇମ୍ରାନ ସରକାରରେ ସେନା ହସ୍ତକ୍ଷେପ କରୁଥିବା ନେଇ ବିରୋଧୀ ଦଳଗୁଡିକ ଅଭିଯୋଗ କରିଆସୁଥିବାବେଳେ ଏହି ଘଟଣା ଏହାର ବାସ୍ତବତାକୁ ପ୍ରମାଣିତ କରିଛି। ଆଇଜିପିଙ୍କ ଅପହରଣ ଘଟଣା ଉପରେ ସିନ୍ଧ ପ୍ରଦେଶ ସରକାର ମଧ୍ୟ ତଦନ୍ତ ନିର୍ଦେଶ ଦେଇଛନ୍ତି। ତଦନ୍ତ ରିପୋର୍ଟ ମିଳିବା ପର୍ଯ୍ୟନ୍ତ ବରିଷ୍ଠ ଅଧିକାରୀଙ୍କୁ ଛୁଟି ଆବେଦନ ବିଳମ୍ବ କରିବାକୁ ରାଜ୍ୟ ପୁଲିସ ମୁଖ୍ୟ ନିବେଦନ କରିଛନ୍ତି। ସୋମବାର ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଜ୍ବାଇଁଙ୍କୁ ଗିରଫ କରାଯାଇଥିଲା। ଏହି ଗିରଫ ପୂର୍ବରୁ ସିନ୍ଧ ପ୍ରଦେଶ ଆଇଜିପିଙ୍କୁ ଅପହରଣ କରାଯାଇଥିଲା। ସ୍ବାଧୀନତା ପରଠାରୁ ପାକିସ୍ତାନର ଶାସନ କ୍ଷମତାରେ ସେନା ଅର୍ଦ୍ଧାଧିକ ସମୟ ରହିଆସିଛି। ଏହା ସହିତ ଦେଶର ବିଦେଶ ଓ ଜାତୀୟ ନୀତିରେ ସେନା ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି। ପାକିସ୍ତାନ ସମ୍ବିଧାନର ନିୟମ ଅନୁଯାୟୀ ଏହାର ସେନା ଓ ନ୍ୟାୟପାଳିକାକୁ ସର୍ବସାଧାରଣରେ

Comments are closed.