ସିଭିଲ ସର୍ଭିସ-୨୦୨୦ ପରୀକ୍ଷାଫଳ ପ୍ରକାଶିତ, ଶୁଭମ କୁମାର ଟପ୍ପର

ନୂଆଦିଲ୍ଲୀ: କେନ୍ଦ୍ରୀୟ ଲୋକ ସେବା ଆୟୋଗ ଦ୍ବାରା ପରିଚାଳିତ ଭାରତୀୟ ପ୍ରଶାସନିକ ସେବା ତଥା ସିଭିଲ ସର୍ଭିସ ମେନ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ସିଭିଲ ସର୍ଭିସ ପରୀକ୍ଷା-୨୦୨୦ ମେନ୍‌ ପରୀକ୍ଷାରେ ଶୁଭମ କୁମାର ଟପ୍ପର ହୋଇଛନ୍ତି। । ସେହିପରି ଦ୍ୱିତୀୟ ସ୍ଥାନରେ ଜାଗ୍ରତି ଅଗସ୍ଥି ଅଛନ୍ତି। ଜାଗ୍ରତି ଅଗସ୍ତି ଦ୍ବିତୀୟରେ ରହିଥିବା ବେଳେ ତୃତୀୟ ରାଙ୍କ୍‌ରେ ରହିଛନ୍ତି ଅଙ୍କିତା ଜୈନ। ଶୁଭମ କୁମାର ଆଇଆଇଟି ବମ୍ବେର ସିଭିଲ ଇଞ୍ଜିନିୟରିଂରେ ବି.ଟେକ୍‌ କରିଥିବା ବେଳେ ଜାଗ୍ରତି ମଧ୍ୟ ହେଉଛନ୍ତି ଜଣେ ବି.ଟେକ୍‌ ଛାତ୍ରୀ। ଜୁବିନ୍‌ ମହାପାତ୍ରଙ୍କୁ ୪୭ତମ ରାଙ୍କ୍‌ ମିଳିଥିବା ବେଳେ ଆଶିଷ ମିଶ୍ର ୫୨ତମ ରାଙ୍କ ପାଇଛନ୍ତି ।
ସେହିପରି ଶିବାକ୍ଷୀ ଦୀକ୍ଷିତ ୬୪ ରାଙ୍କ ପାଇଥିବା ବେଳେ, ଅପୂର୍ବା ତ୍ରିପାଠୀ ୬୮, ଅଙ୍କିତ ବର୍ମା ୧୮୪ ରାଙ୍କ୍, ରିନା ପ୍ରଧାନ ୧୯୪, ବବିତାରାଣୀ ସ୍ବାଇଁ ୪୬୪ ରାଙ୍କ୍‌, ଅଙ୍କିତ ମିଶ୍ର ୫୫୨ ରାଙ୍କ୍‌, ସୁଧାଂଶୁ ନାୟକ ୬୨୦ ଏବଂ ନିମିଶୀ ତ୍ରିପାଠୀ ୬୨୨ ରାଙ୍କ ପାଇଥିବା ସୂଚନା ମିିଳିଛି।

ସିଭିଲ୍‌ ସର୍ଭିସ୍‌ ମେଡ଼ ପରୀକ୍ଷାରେ ସମୁଦାୟ ୭୬୧ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସାଧାରଣ ବର୍ଗରୁ ୨୬୩ ଜଣ ଥିବାବେଳେ ଓବିସି ବର୍ଗର ୨୨୯ ଜଣ ଛାତ୍ରଛାତ୍ରୀ ଅଛନ୍ତି। ସେଥିମଧ୍ୟରୁ ଏସ୍‌ସି ଓ ଏସ୍‌ଟି ବର୍ଗରୁ ଯଥାକ୍ରମେ ୧୨୨ ଜଣ ଓ ୬୧ ଏସ୍‌ଟି ବର୍ଗର ଜଣ ଛାତ୍ରଛାତ୍ରୀ ଅଛନ୍ତି।
ସିଭିଲ ସର୍ଭିସ ୨୦୨୦ ମେନ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଆଇଏଏସ୍‌ ପାଇଁ ୧୮୦, ଆଇଏଫ୍‌ଏସ୍‌ ପାଇଁ ୩୬, ଆଇପିଏସ୍‌ ପାଇଁ ୨୦୦, ସେଣ୍ଟ୍ରାଲ ସର୍ଭିସ ଗ୍ରୁପ-ଏ ପାଇଁ ୩୦୨ ଓ ଗ୍ରୁପ୍‌-ବି ପଦବି ପାଇଁ ୧୧୮ ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ଜଣାପଡ଼ିଛି।

Comments are closed.