‘ଓଡ଼ିଶା ବନ୍ଦ’ରେ ସାମିଲ ହେବ ସିଟୁ

ଭୁବନେଶ୍ୱର : ସାରା ଦେଶରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦରବୃଦ୍ଧି ସହିତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ପନିପରିବା ଦର ବୃଦ୍ଧି ଯୋଗୁ ସିଆଇଟିୟୁ ପକ୍ଷରୁ ଗଭୀର ଉଦ୍‌ବେଗ ପ୍ରକାଶ କରାଯାଇଛି। ଡିଜେଲ ଦର ବୃଦ୍ଧି ଯୋଗୁ ସମସ୍ତ ସାମଗ୍ରୀର ଦର ବଢିବା ସହିତ ଅଟୋ, ଟ୍ୟାକ୍ସି, ବସ ଭଡା ବଢି ଚାଲିଛି। ଡିଜେଲ ପେଟ୍ରୋଲ ସାମଗ୍ରୀର ଦରବୃଦ୍ଧିକୁ ବିରୋଧ କରି ରାଜ୍ୟର ବାମପନ୍ଥୀ ଦଳମାନେ ୧୫ ତାରିଖ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି। ଏହି ବନ୍ଦ ଡାକରାକୁ ସିଆଇଟିୟୁ ସମର୍ଥନ କରିବା ସହିତ ଓଡ଼ିଶା ବନ୍ଦ ଆନ୍ଦୋଳନରେ ସାମିଲ ହେବେ ବୋଲି ସିଟୁର ରାଜ୍ୟ ସଭାପତି ଜନାର୍ଦନ ପତି କହିଛନ୍ତି। ଡିଜେଲ, ପେଟ୍ରୋଲ ଉପରୁ ଅନ୍ୟ ସବୁ ପ୍ରକାର ଟିକସ ପ୍ରତ୍ୟାହାର କରିବାକୁ ସିଟୁ ପକ୍ଷରୁ ଦାବି କରାଯାଇଛି।

Comments are closed.