ସିନେ ଶ୍ରମିକଙ୍କୁ ସହାୟତା ପ୍ରଦାନ, ରାସନ୍ ବଣ୍ଟନ କଲେ ଅଭିନେତା ଚନ୍ଦନ

ଭୁବନେଶ୍ୱର : ସିନେ ଶ୍ରମିକମାନେ ନିର୍ମାଣ ଶ୍ରମିକ ଭାବେ ପଞ୍ଜିକୃତ ହୋଇ ନଥିବାରୁ ବିଭିନ୍ନ ସରକାରୀ ସହାୟତାରୁ ବଞ୍ଚିତ ହେଉଛନ୍ତି। କରୋନା କଟକଣା ଯୋଗୁ ସିନେମା ସୁଟିଂ ବନ୍ଦ ଥିବାରୁ ଏହି ଶ୍ରମିକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସାମ୍ପ୍ରତିକ କୋଭିଡ୍-୧୯ ମହାମାରୀ ଯୋଗୁ ଜୀବନ ନିର୍ବାହରେ ଅସୁବିଧାର ସମ୍ମୁଖୀନ ହେଉଥିବା ସିନେ ଶ୍ରମିକଙ୍କୁ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା ସାମାଜିକ ସ୍ୱେଚ୍ଛାସେବୀ ସଂଗଠନ ‘କର ଫାଉଣ୍ଡେସନ୍’ର ଅଧ୍ୟକ୍ଷ ଚନ୍ଦନ କର ସହାୟତା ପ୍ରଦାନ କରିଛନ୍ତି।କୋଭିଡ୍-୧୯ ମହାମାରୀ ଯୋଗୁ ଜୀବନ ନିର୍ବାହରେ ଅସୁବିଧାର ସମ୍ମୁଖୀନ ହେଉଥିବା ସିନେ ଶ୍ରମିକ ଯଥା- ଟେକ୍ନିସିଆନ୍, ସ୍ପଟ୍‌ବୟ, ମେକପ୍‌ମ୍ୟାନ୍, ଫାଇଟର୍ ବଏ୍, ଲାଇଟବୟ ପ୍ରମୁଖଙ୍କୁ ଅଭିନେତା ଚନ୍ଦନ ରାସନ୍ ବଣ୍ଟନ କରିଛନ୍ତି। ସରକାରଙ୍କ ଦ୍ୱାରା ଜନଗହଳି କରିବାକୁ ମନା ଥିବାରୁ ସାମାଜିକ ଦୂରତା ଅବଲମ୍ବନ କରି ପର୍ଯ୍ୟାୟକ୍ରମେ ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଣ୍ଟିନ୍ ଛକରେ କିଛି ସିନେ ଶ୍ରମିକଙ୍କୁ ଏକତ୍ରିତ କରି ଅତ୍ୟାବଶ୍ୟକୀୟ ରାସନ୍ ସାମଗ୍ରୀ ବଣ୍ଟନ କରିଛନ୍ତି ଅଭିନେତା ଚନ୍ଦନ। ଏହି ଅବସରରେ ସିନେ ଶ୍ରମିକଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା – ଅଟା, ଡାଲି, ଚାଉଳ, ତେଲ, ଲୁଣ, ମସଲା, ସାବୁନ ପ୍ରଭୃତି ବଣ୍ଟନ କରିଥିଲେ। ଏହି ମହାମାରୀ ସମୟରେ ଅଭିନେତା ଚନ୍ଦନଙ୍କର ଏହି ମହତ୍ କାର୍ଯ୍ୟ ପାଇଁ ଶ୍ରମିକମାନେ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଫାଇଟ୍ ମାଷ୍ଟର ଶୈଳେନ୍ଦ୍ର, ଯୁବ ସମାଜସେବୀ ମିର ଅହମ୍ମଦ ଅଲ୍ଲୀ, ଶାନ୍ତି ସ୍ୱରୂପ, ଶେଖର ମହାନ୍ତି, ନଳିନୀକାନ୍ତ ନାୟକ, ପ୍ରଦୀପ କୁମାର, ନୀରଜ, ଲୋକରଞ୍ଜନ ପ୍ରମୁଖ ସହଯୋଗ କରିଥିଲେ।

Comments are closed.