ହୀରାକୁଦ ନିଷିଦ୍ଧାଞ୍ଚଳରେ ଫଟୋ ଉଠାଇ ଅଡୁଆରେ ମନ୍ତ୍ରୀଙ୍କ ଝିଅ ଓ ଅଭିନେତ୍ରୀ

ଭୁବନେଶ୍ଵର: ହୀରାକୁଦ ନିଷିଦ୍ଧାଞ୍ଚଳରେ ଫଟୋ ଉଠାଇବା ସହିତ ଭିଡିଓ ପ୍ରସ୍ତୁତ କରି ଭାଇରାଲ କରାଯାଇଛି। ଏଭଳି ନିୟମ ଉଲ୍ଲଂଘନକାରୀ କାର୍ଯ୍ୟ ଆଉ କେହି ନୁହେଁ, ସ୍ବାସ୍ଥ୍ୟମନ୍ତ୍ରୀ ମନ୍ତ୍ରୀଙ୍କ ଝିଅ ଏବଂ ୩ ଜଣ ଅଭିନେତ୍ରୀ କରିଛନ୍ତି। କେବେ ଏହି ଭିଡିଓ ଏବଂ ଫଟୋ ଉଠାଯାଇଛି ତାହା ଜଣାପଡ଼ିନାହିଁ।

ସୂଚନା ଅନୁସାରେ, ସୋସିଆଲ ମିଡିଆରେ ଏକ ଭିଡିଓ ଏବଂ କିଛି ଫଟୋ ଭାଇରାଲ ହୋଇଛି। ଭିଡିଓରେ ଓଲିଉଡ୍‌ ଜଗତର ଜଣାଶୁଣା ଅଭିନେତ୍ରୀ ପ୍ରକୃତି ମିଶ୍ର, ଏଲିନା ସାମନ୍ତରାୟ, ଲୋଭିନା ନାୟକ ଓ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦିପାଲୀ ଦାସ ରହିଛନ୍ତି।  ଯେଉଁ ଅଞ୍ଚଳରେ ଭିଡିଓଟି ଶୁଟ୍‌ କରାଯାଇଛି, ସେହି ଅଞ୍ଚଳଟି ହୀରାକୁଦ ଡ୍ୟାମ୍‌ର ନିଷିଦ୍ଧାଞ୍ଚଳ। ସେହି ଅଞ୍ଚଳରେ ପ୍ରବେଶ ପାଇଁ ଅନୁମତି ନ ଥିବାବେଳେ ଏମାନଙ୍କୁ କିଏ ଅନୁମତି ଦେଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Comments are closed.