କ୍ୱାରେଣ୍ଟାଇନ କେନ୍ଦ୍ରରୁ ପ୍ରବାସୀଙ୍କ ଘର ବାହୁଡା    

ଚୁଡାପାଲି : ଓଡିଶା ସରକାର କ୍ୱାରେଣ୍ଟାଇନ୍ ନିୟମକୁ କୋହଳ କରି ୨୧ରୁ ୧୪ ଦିନ ଅବଧିକୁ ହ୍ରାସ କରିବା ପରେ ୭ ଦିନ କ୍ୱାରେଣ୍ଟାଇନ୍ ରହିଥିବା ଲୋକଙ୍କ ନିଟକରେ ଲକ୍ଷଣ ନ ଥିବାରୁ ସେମାନେ ଘର ବାହୁଡା ହୋଇଛନ୍ତି। ସେମାନେ ନିଜ ନିଜ ଘରକୁ ଯାଇ କ୍ୱାରେଣ୍ଟାଇନରେ ରହିବେ। ଏହି ପେରିପେକ୍ଷୀରେ ବଲାଙ୍ଗିର ସଦର ବ୍ଲକର ବାରପୁଡୁଗିଆ ପଞ୍ଚାୟତର କର୍ଲାପିଟା କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୬ଜଣ ପ୍ରବାସୀ ଆଜି ଘରବାହୁଡା ହୋଇଛନ୍ତି। ସେମାନେ ୭ ଦିନ ହୋମ କ୍ୱାରେଣ୍ଟାଇନ ରହିବେ। ନର୍ସ ସଂଯୁକ୍ତା ମିଶ୍ର ଏମାନଙ୍କଠାରେ କରୋନା ଭୂତାଣୁର କିଛି ଲକ୍ଷଣ ନଥିବାର ଜଣାଇଥିଲେ।  ନୋଡାଲ ଅଫିସର ଗୋବର୍ଦ୍ଧନ କର୍ମୀ, ଗ୍ରାମ ରୋଜଗାର ସେବକ ବଦ୍ରିନାଥ ନାଏକ, ନର୍ସ ସଂଯୁକ୍ତା ମିଶ୍ର,ଆଶା କର୍ମୀ, ୱାର୍ଡ ସଭ୍ୟ ରାଜକୁମାର ପଟେଲ  ତଥା ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନର ସଭାପତି ଜୟକୃଷ୍ଣ ମିଶ୍ର ଉପସ୍ଥିତ ରହି ଘରବାହୁଡା ପ୍ରବାସୀଙ୍କୁ  ସ୍ୱାଗତ ଜଣାଇ ମାସ୍କ ଓ ସାବୁନ ବଣ୍ଟନ କରିଥିଲେ।

Comments are closed.