ଗୋପବନ୍ଧୁଙ୍କ ଆଦର୍ଶରେ କମ୍ବଳ ବଣ୍ଟନ

ଚୁଡାପାଲି: ଚୁଡାପାଲିର ଲକ୍ଷ୍ମୀ ପୂଜା ମଣ୍ଡପରେ ଗରିବ ଅସହାୟ ବୃଦ୍ଧବଦ୍ଧାଙ୍କୁ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ କିଛି ଯୁବକ ୫୦ଜଣଙ୍କୁ କମ୍ବଳ ବଣ୍ଟନ କରିଥିଲେ। ସ୍ଥାନୀୟ ଅଞ୍ଚଳର ସ୍ୱେଚ୍ଛାସେବୀ ଜୟକୃଷ୍ଣ ମିଶ୍ର ଯୁବକଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରିବା ସହ ସେମାନଙ୍କ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। କଂଗ୍ରେସ ପ୍ରବକ୍ତା ସମରେନ୍ଦ୍ର ମିଶ୍ର, ଜିଲା କଂଗ୍ରେସ ସଭାପତି ଦିଲୀପ ବେହେରା, ଲୋକନାଥ କୁମୁରା, ଚୁଡାପାଲି ସରପଞ୍ଚ ଘାସିରାମ ବେହେରା, ଲମ୍ବୋଦର ପଟେଲ, ନୀଳମଣି ଦଣ୍ଡସେନା, ଜିଲା ପରିଷଦ ସଭ୍ୟ ଶ୍ରୀଧର ବାରିକ, ବିଜୟ ମେହେର, ମନୋଜ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.