କାର ଦୁର୍ଘଟଣାରେ ୧ମୃତ, ୨ ଆହତ

ଛତ୍ରପୁର: ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନିକଟରେ ଗୁରୁବାର କାର ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ଟାଙ୍ଗୀର ସାଜିତ ଓ ଆହତ ଦ୍ବୟ ହେଲେ ସିଦ୍ଧାର୍ଥ ପଟ୍ଟନାୟକ ଓ ରଜତ କୁମାର ନାହାକ।

ସୂଚନା ଅନୁଯାୟୀ, ଏକ କାର ଯୋଗେ ତିନି ଜଣ ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଯାଉଥିବା ବେଳେ ରମ୍ଭା ଜାତୀୟ ରାଜପଥ ନିକଟରେ ଗାଡିର ପଛ ଚକ ଫାଟିଯିବାରୁ ଭାରଶ୍ୟାମ ହରାଇ ଦୁର୍ଘଟଣା ହୋଇଥିଲା। ଘଟଣାସ୍ଥଳରୁ ସ୍ଥାନୀୟଲୋକେ ତିନି ଜଣଙ୍କୁ ଉଦ୍ଧାର କରି ୧୦୮ ଯୋଗେ ଛତ୍ରପୁର ମେଡିକାଲକୁ ଚିକିତ୍ସା ପାଇଁ ପଠାଇଥିଲେ। ସେଠାରେ ସାଜିତକୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇ ଜଣ ଚିକିତ୍ସା ଚାଲିଥିବା ଜଣାପଡ଼ିଛି।

Comments are closed.