କରୋନା ସଂକ୍ରମିତଙ୍କ ଘର ବିଶୋଧନ କାର୍ଯ୍ୟକ୍ରମ

ଚୌଦ୍ୱାର: ଚୌଦ୍ୱାର ପୌରପାଳିକାରେ କରୋନା ସଂକ୍ରମିତ ହୋଇ ଗୃହ ସଂଗରୋଧରେ ରହୁଥିବା ବ୍ୟକ୍ତି ବିଶେଷଙ୍କ ଘର ବିଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କୋଭିଡ଼ ପରିଚାଳନା କମିଟି ତରଫରୁ ପୌରପାଳିକା ୧୦ ଓ ୧୯ ନମ୍ବର ୱାଡ଼ରେ ସଂଗରୋଧରେ ଥିବା ପରିବାର ଗୁଡ଼ିକର ଘର ଓ ଏହାର ବାହାର ପରିବେଶକୁ ବିଶୋଧନ କରାଯାଉଛି। ବିଜେଡ଼ି କଟକ ଜିଲା ସମ୍ପାଦକ ଶୁଭେନ୍ଦୁ ସାମଲଙ୍କ ନେତୃତ୍ୱରେ ପରିମଳ ସୁପରଭାଇଜର ରାକେଶ ନାୟକ, ସ୍ୱଚ୍ଛ ସୁପରଭାଇଜର କାଜଲ ଭଟ୍ଟ, ୱାର୍ଡ଼ କୋଭିଡ ପରିଚାଳନା କମିଟି ସଦସ୍ୟ ରଂଜନ ବାରିକ, ସ୍ୱଚ୍ଛ ସାଥି ସୁରେଖା ସାହୁ ଓ ଅର୍ଚ୍ଚନା ମହାନ୍ତିଙ୍କ ସମେତ ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ, ସହାୟକା ଆଦି ଘରକୁ ଘର ଯାଇ ପରିବାର ସଦସ୍ୟମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ ଔଷଧ ପ୍ରଦାନ କରିଥିଲେ। ଟିମ୍‍ର ସଦସ୍ୟମାନେ ସଂଗରୋଧ ପରିବାରଗୁଡ଼ିକୁ ପ୍ରତିଦିନ ଯାଇ ଲୋକଙ୍କ ସମସ୍ୟା ବୁଝିବା ସହିତ ସେମାନଙ୍କର ଦରକାର ହେଉଥିବା ସାମଗ୍ରୀ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିବା ଶୀ ସାମଲ ସୂଚନା ଦେଇଛନ୍ତି।

Comments are closed.