ବରିଷ୍ଠ ନାଗରିକଙ୍କ ହୃଦଘାତରେ ପରଲୋକ

ଚୌଦ୍ୱାର: ଚୌଦ୍ୱାର ପୌରପାଳିକା ୧୭ନଂ ୱାର୍ଡ ଅନ୍ତର୍ଗତ ନୁଆସାହି ଅଞ୍ଚଳର ବରିଷ୍ଠ ନାଗରିକ ମଧୁସୁଦନ ମନ୍ତ୍ରୀ(୮୬)ଙ୍କର ହୃଦ୍‍ଘାତରେ ପରଲୋକ ହୋଇଯାଇଛି। ମଧୁସୁଦନ ଜଣେ ପରୋପକାରୀ,ମିଷ୍ଟଭାଷି,ଧର୍ମପରାୟଣ ଓ ସମାଜସେବୀ ଭବେ ଅଞ୍ଚଳରେ ବେଶ ପରିଚିତ ଥିଲେ। ତାଙ୍କର ମୃତ୍ୟୁ ଖବର ପାଇ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ।ତାଙ୍କ ମର ଶରୀରକୁ ଶୋଭାଯାତ୍ରାରେ ନିଆଯାଇ ସ୍ଥାନୀୟ ଶ୍ମଶାନରେ ସତ୍କାର କରାଯାଇଥିଲା। ତାଙ୍କ ମୃତ୍ୟୁରେ ପୁର୍ବତନ କାଉନସିଲର ଗିରିଧାରୀ ଦଳେଇ, ୱାର୍ଡ ସଭାପତି ଆଶୁତୋଷ ଦାସ, ଦୁଃଶାସନ ମିଶ୍ର, ଧନେଶ୍ୱର ବିଶ୍ୱାଳ, ମଥୁରାନନ୍ଦ ବେହେରା, ପ୍ରହଲ୍ଲାଦ ସାହୁ, ସୁକାନ୍ତ ସୁତାର, ପୁଷ୍ପଲତା ମନ୍ତ୍ରୀ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି।

Comments are closed.