ସେବକ ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁଙ୍କ ଶ୍ରାଦ୍ଧୋତ୍ସବ

ଚୌଦ୍ୱାର: ମହାନ୍‍ ସେବକ, ସର୍ବଭାରତୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ହିନ୍ଦ ସେବକ ସଂଘ ଓଡ଼ିଶା ଶାଖାର ପ୍ରତିଷ୍ଠାତା ସଭ୍ୟ ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁଙ୍କ ୫୯ତମ ଶ୍ରାଦ୍ଧୋତ୍ସବ ଓ ଚୌଦ୍ୱାର ଶିଶୁ ସଦନର ୪୮ତମ ବାର୍ଷିକୋତ୍ସବ ଶିଶୁ ସଦନ ପରିସରରେ କରୋନା କଟକଣା ଭିତରେ ପାଳିତ ହୋଇଯାଇଛି। ପ୍ରଭାତରେ ଗୀତା ପାଠ,ବେଦ ଆବୃତି ଓ ସର୍ବଧର୍ମ ପ୍ରାର୍ଥନା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପୂର୍ବାହ୍ନରେ ହିନ୍ଦ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁ ଜାତୀୟ ପତାକା ଉତ୍ତୋଳନ କରି ସେବକ ଲକ୍ଷ୍ମୀନାରାୟଣ ସାହୁଙ୍କ ଜୀବନୀ ଆଲୋଚନା କରିବା ସହ ତାଙ୍କ ଅଦର୍ଶରେ ଅନୁପ୍ରାଣିତ ହୋଇ ସେବା ମନୋଭାବ ନେଇ କାର୍ଯ୍ୟ କରିବାକୁ ଶିଶୁ ସଦନର ପିଲା ଓ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ। ସଂଘର ଆଜୀବନ ସଦସ୍ୟ ଗଙ୍ଗାଧର ସାହୁ, ପୂର୍ବତନ ନଗରପାଳ ପ୍ରେମଚାନ୍ଦ ନାୟକ, ବିଜେଡ଼ି କଟକ ଜିଲା ସମ୍ପାଦକ ଶୁଭେନ୍ଦୁ ସାମଲ, ନଗର ବିଜେଡ଼ି ସଭାପତି ବିଷ୍ଣୁ ଚରଣ ପରିଡ଼ା,ସୁରଶ୍ରୀ ସୁଧାଂଶୁ ଶୋଖର ସାହୁ, ପରିଚାଳକ ସୀମାନ୍ତ ନାୟକ ପ୍ରମୁଖ ଲକ୍ଷ୍ମୀନାରାୟଣ ସାହୁଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ମଧ୍ୟାହ୍ନରେ ଅଧ୍ୟକ୍ଷ ଶ୍ରୀ ସାହୁ ଦୂରାରୋଗୀ ମାନଙ୍କୁ ପୂଜାର୍ଚ୍ଚନା ପୂର୍ବକ କମ୍ବଳ ବଣ୍ଟନ କରିଥିଲେ।ଏହି ଅବସରରେ ନାରାୟଣ ସେବା ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ଅନ୍ତେବାସୀଙ୍କ ଦ୍ୱାରା ସର୍ବଧର୍ମ ପ୍ରର୍ଥନା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଚୌଦ୍ୱାର କେନ୍ଦ୍ରର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.