ମକର ପର୍ବରେ ଡମଣୀ ପୀଠ ଶୂନଶାନ

ଚୌଦ୍ୱାର: କୋଭିଡ଼ ସଂକ୍ରମଣ ବୃଦ୍ଧିକୁ ଆଖି ଆଗରେ ରଖି କଟକ ଜିଲା ପ୍ରଶାସନ ତରଫରୁ ଟାଙ୍ଗୀ-ଚୌଦ୍ୱାର ବ୍ଲକ୍‍ ମଙ୍ଗରାଜପୁର ପଞ୍ଚାୟତସ୍ଥିତ ବନଦେବୀ ଡମ ଡମଣୀ ପୀଠରେ ପ୍ରସିଦ୍ଧ ମକର ମେଳାକୁ ବାତିଲ କରାଯାଇଛି। ପୀଠରେ ୧୪୪ଧାରା ଜାରୀ କରାଯିବା ସହିତ ଚୌଦ୍ୱାର ଆଇଆଇସି ବିରଞ୍ଚି ନାରାୟଣ ପତିଙ୍କ ନେତୃତ୍ୱରେ ୮ଜଣ ଅଧିକାରୀଙ୍କ ସମେତ ୧ପ୍ଲାଟୁନ୍‍ ଫୋର୍ସ ମୁତୟନ କରାଯାଇଥିଲା। କଟକଣା ହେତୁ ଶ୍ରଦ୍ଧାଳୁମାନେ ପାହାଡ଼ ଜଙ୍ଗଲ ଘେରା ପ୍ରାକୃତିକ ପରିବେଶରେ ଅଧିଷ୍ଠାତ୍ରୀ ମା ଡମଣୀଙ୍କ ଦର୍ଶନ ଓ ମେଳା ଉପଭୋଗର ସୁଯୋଗ ହରାଇଛନ୍ତି। କେବଳ ପରମ୍ପରାକ୍ରମେ ଡମଣୀ ଓ ବନଦେବୀଙ୍କର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଅନୁଷ୍ଠିତ ହେବା ସହିତ ସହିତ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମନ୍ଦିର ପରିଚାଳନା କମିଟି ସଦସ୍ୟ ବୃନ୍ଦ, ମା ଡମଣୀଙ୍କ ପୂଜକ ଦେହୁରୀ ଓ ବନଦେବୀଙ୍କ ପୂଜକ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଚାରବାଟିଆସ୍ଥିତ ପ୍ରଜ୍ଞାପୀଠ ଗାୟତ୍ରୀ ପରିବାର ତରଫରୁ ପୀଠ ସଫେଇ ଓ ସହିତ୍ୟ ବିସ୍ତାର କାର୍ଯ୍ୟକମ ସହିତ ଆୟୋଜକମାନଙ୍କୁ ଯୁଗ ସାହିତ୍ୟ ପୁସ୍ତକ ବିତରଣ କରା ଯାଇଥିଲା।

Comments are closed.