ସଡ଼କ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

ଚୌଦ୍ୱାର: ୫୫ନଂ ନମ୍ବର ଜାତୀୟ ରାଜପଥ ମଙ୍ଗୁଳି ଚୌଦ୍ୱାର ରସ୍ତାରେ ଗୁରୁବାର ସକାଳେ ଏକ ଟ୍ରକ ଦୁର୍ଘଟଣାରେ ଜଣକର ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି।ପ୍ରକାଶଯେ ଛତିଆର ପାଟଣା ଗ୍ରାମର ନରିଆ ବେହେରା ଓ ତାଙ୍କ ସାଥି କାଳନ୍ଦୀ ସେଠୀ ଏକ ସ୍କୁଟିରେ ମଙ୍ଗୁଳିରୁ ଚୌଦ୍ୱାର ଅଭିମୁଖେ ଯାଉଥିବା ବେଳେ ଶକ୍ତି ହୋଟେଲ ସମ୍ମୁଖରେ ଏକ ଦଶଚକିଆ ଟ୍ରକ ସ୍କୁଟିକୁ ପଛରୁ ଧକ୍କା ଦେଇଥିଲା। ରାସ୍ତା ଅବସ୍ଥା ଖରାପ ଥିବାରୁ ସ୍କୁଟି ସହିତ ଉଭୟେ ଟ୍ରକର ଆଗ ଚକାତଳେ ପଡି ଯାଇଥିଲେ। ଟ୍ରକ ଚକାତଳେ ଚାପିହୋଇ ନରିଆଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ କାଳନ୍ଦୀ ଗୁରୁତର ଆହତ ହୋଇଥିଲେ। ଚୌଦ୍ୱାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ଶବବ୍ୟବଚ୍ଛେଦ ଓ ଆହତଙ୍କ ଚିକିତ୍ସା ପାଇଁ କଟକ ବଡଡାକ୍ତରଖାନା ପଠାଇଛି।

ଦୁର୍ଘଟଣାପରେ ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୁଲିସ ସ୍କୁଟି ଓ ଟ୍ରକକୁ ଥାନାକୁ ଅଣିଛି।ସୂଚନାଯୋଗ୍ୟ ଯେ ୫୫ନଂ ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଆଜକୁ ୩ ବର୍ଷ ହେବା ଚାଲିଥିବା ବେଳେ ଏଯାବତ୍‍ କାର୍ଯ୍ୟ ସଂପୁର୍ଣ୍ଣ ହୋଇନପାରି ଚୌଦ୍ୱାର ସହର ରସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି ଫଳରେ ସଡ଼କ ଦୁର୍ଘଟଣାରେ ୧୦ରୁ ଉର୍ଦ୍ଧ ନୀରିହ ଜୀବନ ହାନି ହେବା ସହିତ ଛୋଟବଡ ଦୁର୍ଘଟଣା ଘଟିବା ନିତିଦିନିଆ ଘଟଣା ହେଲାଣି।

Comments are closed.