ଶିଶୁ ସଦନରେ ଲାଲାଜୀଙ୍କ ମହାପ୍ରୟାଣ ଦିବସ ପାଳିତ

ଚୌଦ୍ୱାର: ମହାନ୍‍ ସଂଗ୍ରାମୀ, ପଞ୍ଜାବ କେଶରୀ ଲାଲା ଲଜପତ ରାୟଙ୍କ ୯୩ ତମ ମହାପ୍ରୟାଣ ଦିବସ ସ୍ଥାନୀୟ ଶିଶୁ ସଦନରେ ପାଳିତ ହୋଇ ଯାଇଛି। ହିନ୍ଦ୍‍ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସର୍ବଭାରତ ଜାତୀୟ ଶିକ୍ଷକ ମହାସଂଘର କାର୍ଯ୍ୟକାରୀ ସଭାପତି କୈଳାସ ଚନ୍ଦ୍ର ବରାଳ, ସମ୍ଭକାର ସୁକାନ୍ତ କୁମାର ମହାନ୍ତି,ସାମ୍ବାଦିକ ଅଜିତ୍‍ କୁମାର ସ୍ୱାଇଁ, ରମେଶ ଚନ୍ଦ୍ର ସାମଲ, ଶିଶୁ ସଦନ ପରିଚାଳକ ସୀମାନ୍ତ ନାୟକ, ଅଧିକାରୀ ଅମୀୟ କୁମାର ସେଠୀ, ଅଧ୍ୟାପକ ସୌରେନ୍ଦ୍ର ପଣ୍ଡା ପ୍ରମୁଖ ଲାଲାଜୀଙ୍କ ସଂଗ୍ରାମୀ ଜୀବନ ସମ୍ପର୍କରେ ଆଲୋଚନା କରି ଦେଶ ମାତୃକାର ସୁରକ୍ଷା ପାଇଁ ତାଙ୍କର ବଳିଦାନ ତାଙ୍କୁ ଚୀର ସ୍ମରଣୀୟ କରି ରଖିଛି ବୋଲି ମତବ୍ୟକ୍ତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଆଶୁତୋଷ ଦାସ, ପ୍ରକାଶ କୁମାର ନାୟକ, ଅଶୋକ କୁମାର ଦାସ, ସୁଧାକର ସାମନ୍ତରାୟ, ଲକ୍ଷ୍ମୀଧର ଦାସ, ଶିକ୍ଷାବିତ୍‍ ବାସୁଦେବ ସାହୁ, ରାଉଣ୍ଡ ଟେବୁଲ କଟକ କ୍ଲବ୍‍ର ସଦସ୍ୟ ଡିଶାନ୍ତ ଅଗ୍ରୱାଲ, ନାଭାଲ ମହାଜନ, ବିବେକ ମୋଦି, ମନୋଜ ଛନାନୀ ପ୍ରମୁଖ ସ୍ମୃତିଚାରଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ହିନ୍ଦ୍‍ ସେବକ ସଂଘର ଅଜୀବନ ସଦସ୍ୟ ଗଙ୍ଗାଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରରମ୍ଭରେ ଶିଶୁ ସଦନର ପିଲା ମାନଙ୍କଦ୍ୱାରା ସମୁହ ବେଦ ଆବୃତ୍ତି, ସର୍ବଧର୍ମ ପ୍ରାର୍ଥନା, ଭଜନ ଆଦ ପରିବେଷଣ କରାଯାଇଥିଲା।

Comments are closed.