ଜାତୀୟ ପ୍ରେସ୍‍ ଦିବସ ପାଳିତ

ଚୌଦ୍ୱାର: ଜାତୀୟ ପ୍ରେସ୍‍ ଦିବସ ଅବସରରେ ଚୌଦ୍ୱାର ପ୍ରେସ୍‍ କ୍ଲବ୍‍ ତରଫରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କ୍ଲବ୍‍ର ସଭାପତି ତଥା ହିନ୍ଦ୍‍ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କ୍ଲବ୍‍ ସଦସ୍ୟ ଗଙ୍ଗାଧର ସାହୁ, ସମ୍ପାଦକ ରମେଶ ଚନ୍ଦ୍ର ସାମଲ, ଉପଦେଷ୍ଟା ଅଧ୍ୟାପକ ସୌରେନ୍ଦ୍ର କୁମାର ପଣ୍ଡା, ଖବରଦାତା ଆଶୁତୋଷ ଦାସ, ପ୍ରକାଶ କୁମାର ନାୟକ, ଅଜିତ୍‍ କୁମାର ସ୍ୱାଇଁ, ସୁଧାକର ସାମନ୍ତରାୟ, ଅଶୋକ କୁମାର ଦାସ, ଜୟ ପ୍ରଦୀପ ଦାସ, ଶିକ୍ଷାବିତ୍‍ କୈଳାସ ଚନ୍ଦ୍ର ବରାଳ, ସମାଜସେବୀ ସହଦେବ ବରାଳ, ସଂଜୀବ ସାହୁ ପ୍ରମୁଖ ସାମ୍ବାଦିକତା ଓ ସମାଜ ଗଠନରେ ସାମ୍ବାଦିକର ଦାୟିତ୍ୱ ଓ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ କରୋନା ସମୟରେ କରୋନାରେ ମୃତ୍ୟୁ ବରଣ କରିଥିବା କର୍ତ୍ତବ୍ୟରତ ସାମ୍ବାଦିକ ଓ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସାମ୍ବାଦିକ ଅରିନ୍ଦମ୍‍ ଦାସଙ୍କ ସ୍ମୃତିରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।

Comments are closed.