ଦାତବ୍ୟ ଚକ୍ଷୁ ଚିକିତ୍ସା ଶିବିର

ଚୌଦ୍ୱାର: ଚୌଦ୍ୱାର ପୌରପାଳିକା ୭ନଂ ୱାର୍ଡ ଓଟିଏମ୍‍ କଲୋନୀସ୍ଥିତ ଶ୍ରୀ ସତ୍ୟନରାୟଣ ମନ୍ଦିର ଟ୍ରଷ୍ଟ ଆନୁକୁଲ୍ୟରେ ଏକ ଦାତବ୍ୟ ଚକ୍ଷୁ ଚିକିତ୍ସା ଶିବିର ସ୍ଥାନୀୟ ବାପୁଜୀ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ କାଉନସିଲର ତଥା ମନ୍ଦିର ଟ୍ରଷ୍ଟର ସଦସ୍ୟ ଦିଲ୍ଲିପ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଶିବିରକୁ ପୁର୍ବତନ ବିଧାୟକ ଡ.ପ୍ରଭାତ ରଞ୍ଜନ ବିଶ୍ୱାଳ ଉଦ୍‍ଘାଟନ କରିଥିଲେ। ପୌର ନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରା ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ। ରୋଟାରୀ ଚକ୍ଷୁ ହସପିଟାଲର ଡାକ୍ତରମାନେ ଶିବିରରେ ମୋଟ ୧୩୦ଜଣ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରି ଆବଶ୍ୟକିୟ ଔଷଧ ପ୍ରଦାନ କରିଥିଲେ। ସେଥି ମଧ୍ୟରୁ ୨୫ ଜଣଙ୍କର ଚକ୍ଷୁରେ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପାଇଁ କଟକ ରୋଟାରୀ ହସପିଟାଲକୁ ନିଆ ଯାଇଥିଲା। ରାଜେଶ ସ୍ୱାଇଁ, କିଶୋର ମହାନ୍ତି, ରାଜେନ୍ଦ୍ର ପ୍ରଧାନ, ରାଜ କିଶୋର ସାହୁଙ୍କ ସମେତ ମନ୍ଦିର ଟ୍ରଷ୍ଟର ସଦସ୍ୟ ଓ ଯୁବକ ସଂଘର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.