ସେବା ସଂଗଠନର ସମ୍ବର୍ଦ୍ଧନା ସଭା

ଚୌଦ୍ୱାର: ଅଗ୍ରଣୀ ସ୍ୱେଚ୍ଛ।।ସେବୀ ସଂଗଠନ ନିସ୍ୱାର୍ଥ ସେବା ସଂଗଠନ ତରଫରୁ ଏକ ସମ୍ବର୍ଦ୍ଧନା ଉତ୍ସବ ଆଗ୍ରାହାଟ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି ଜନ୍ମେଜୟ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଅଶୋକ କୁମାର ନାୟକ, ସମାଜସେବୀ ସହଦେବ ବରାଳ, ଯୁବ ନେତା ପ୍ରମୋଦ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନ ତରଫରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ଗ୍ରାମର ବରିଷ୍ଠ ମୁରବୀ ତ୍ରୈଲୋକ୍ୟ ନାଥ ସାହୁଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଶ୍ରାବଣୀ ବରାଳ, ବିରେନ୍ଦ୍ର ତରାଇ, ରୋଜି ପ୍ରଧାନ, କାର୍ତ୍ତୀକ ପ୍ରଧାନ, ଶୁଭଶ୍ରୀ ସାହୁ, ରଶ୍ମୀ ରଞ୍ଜନ ବେହେରା, ଭବାନୀ ପ୍ରସାଦ ଷଡଙ୍ଗୀ, ପ୍ରଭୁ ପ୍ରସାଦ ନାୟକ, ସତ୍ୟବ୍ରତ ନାୟକ ଓ କ୍ରାନ୍ତି ରଞ୍ଜନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.