ଚୌଦ୍ୱାରରେ କଟକଣାରେ ଦୂର୍ଗାପୂଜା

ଚୌଦ୍ୱାର: ଚୌଦ୍ୱାର ଅଞ୍ଚଳରେ ନିରାଡମ୍ବରଭାବେ ଦୂର୍ଗା ପୂଜା ଅନୁଷ୍ଠିତ ହେଉଛି। କରୋନା କଟକଣା ହେତୁ ବିଗତ ୨ବର୍ଷ ହେବ ବିନା ଭକ୍ତରେ ପାଳିତ ହେଉଛି ପାର୍ବଣ। ମା’ଙ୍କ ଦର୍ଶନ ପାଇଁ ବର୍ଷ ତମାମ ଅପେକ୍ଷା କରିଥିବା ଜନ ସାଧାରଣଙ୍କ ସରାଗ ଭାଙ୍ଗି ଯାଇଛି। ତଥାପି ଦେବୀଙ୍କ ଆରାଧନାରେ କୌଣସି ବ୍ୟତିକ୍ରମ କରି ନାହାନ୍ତି ମେଢ଼ ମଣ୍ଡପର ପରିଚାଳକ ଓ ପୁରୋହିତ ମାନେ। ବିଲ୍ୱ ବରଣ ଠାରୁ ଆରମ୍ଭ ହୋଇଥିବା ଏହି ଉତ୍ସବରେ ପୂଜା ମଣ୍ଡପ ମାନଙ୍କରେ ମା’ଙ୍କ ନାନା ଉପଚାର ପୂଜା, ଯଜ୍ଞ, ଆରତି ଆଦି ବିଭିନ୍ନ କାର୍ଯ୍ୟକ୍ରମ ଜାରୀ ରହିଛି। ଚୌଦ୍ୱାରର ବିରାଟ ବଜାର, ମଣି ବଜାର, ଓଟିଏମ୍‍ ଦୂର୍ଗା ବଜାର,ପ୍ରତାପ ନଗରୀ, ପରିଡ଼ା ସାହି, ଗୁପ୍ତେଶ୍ୱର ସାହି,ସାମଲ ସାହି ଆଦି ମଣ୍ଡପରେ ବୁଧବାର ଦିନ ଅଷ୍ଟମୀ ପୂଜା ସହିତ ଯଜ୍ଞ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଚୌଦ୍ୱାର ପୋଲିସ ତରଫରୁ ମଣ୍ଡପ ନକଟରେ ଫୋର୍ସ ମୁତୟନ କରାଯାଇଛି।

Comments are closed.