ସାମ୍ବାଦିକ ଅରିନ୍ଦମ୍‍ ଓ ସୀତାରାମଙ୍କ ବିୟୋଗରେ ଶୋକ

ଚୌଦ୍ୱାର: ଯୁବ ସାମ୍ବାଦିକ ଅରିନ୍ଦମ୍‍ ଦାସ ଏବଂ ଓଡ୍ରାଫ କର୍ମଚାରୀ ସୀତାରାମ ମୁର୍ମୁଙ୍କ ଅକାଳ ବିୟୋଗରେ ଟାଙ୍ଗୀ-ଚୌଦ୍ୱାର ଅଞ୍ଚଳରେ ବିଭିନ୍ନ ସଂଗଠନ ତରଫରୁ ଶୋକସଭାର ଆୟୋଜନ କରାଯାଇଛି। ଚୌଦ୍ୱାର ନବପ୍ରଭାତ ଆଞ୍ଚଳିକ ମହାସଂଘ ପକ୍ଷରୁ ସଂଘ କାର୍ଯ୍ୟାଳୟରେ ମହାସଂଘ ଅଧ୍ୟକ୍ଷା କଲ୍ୟାଣି ସାହାଣୀଙ୍କ ନେତୃତ୍ୱରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଅନୁରୁପ ଭାବେ ଉତ୍କଳ ନ୍ୟୁଜ ତରଫରୁ ସ୍ଥାନୀୟ ଧୁମାବତୀ ମନ୍ଦିର ପରିସରରେ ଦିବଂଗତ ଅରିନ୍ଦମ ଓ ସୀତାରାମଙ୍କ ଉଦ୍ଦେଶରେ ୨ମିନିଟ ନିରବ ପ୍ରର୍ଥନା ସହିତ ଅମର ଆତ୍ମାର ସଦ୍‍ଗତି ନିମନ୍ତେ ମା’ ଧୁମାବତୀଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା। ପ୍ରତିଷ୍ଠାତା ଶଙ୍କର୍ଷଣ ମହାପାତ୍ର, ସୁନିତା ମହାପାତ୍ର, ବିମଲ କୁମାର ବେଉରାଙ୍କ ସମେତ ଉତ୍କଳ ନ୍ୟୁଜ ପରିବାରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Comments are closed.