ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ଜୟନ୍ତୀ

ଚୌଦ୍ୱାର: ଚୌଦ୍ୱାର ଦିବ୍ୟଜୀବନ ସଂଘ ଆନୁକୁଲ୍ୟରେ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ୧୦୫ ତମ ଜୟନ୍ତୀ ପାଳିତ ହୋଇଯାଇଛି। କପାଳେଶ୍ୱରସ୍ଥିତ ଦିବ୍ୟ ଜୀବନ ସଂଘ ଆନୁକୁଲ୍ୟରେ ଆୟୋଜିତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ମାନସ ରଞ୍ଜନ ସିଂ, ସ୍ୱାମୀ ଶ୍ୟାମାନନ୍ଦ ଆଚାର୍ଯ୍ୟ, ସ୍ୱାମୀ ଜ୍ଞାନାନନ୍ଦ ଗିରି ଓ ସ୍ୱାମୀ ଶିବ ସତ୍ୟାନନ୍ଦ ପ୍ରମୁଖ ଯୋଗଦେଇ ସ୍ୱାମୀ ଚିଦାନନ୍ଦଙ୍କ ଜୀବନାଦର୍ଶ ଉପରେ ପ୍ରବଚନ ପ୍ରଦାନ କରିଥିଲେ। ଦିବ୍ୟ ଜୀବନ ସଂଘ ଚୌଦ୍ୱାର ଆଶ୍ରମ ସଭାପତି କେଦାରନାଥ ଷଢ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମ୍ପାଦକ ଜୟକୃଷ୍ଣ ପରିଡ଼ା ଓ ବିମଳ କୁମାର ବେଉରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂଗଠନର ବହୁ ଭକ୍ତ ଉପସ୍ଥିତ ଥିଲେ।

Comments are closed.