ମହିଳାମାନଙ୍କୁ ଆପତ୍ତିଜନକ ମନ୍ତବ୍ୟ ବିରୋଧରେ ଥାନାରେ ଅଭିଯୋଗ

ଚୌଦ୍ୱାର: ସାମାଜିକ ଗଣ ମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ ସଂଗଠନର ମହିଳା ସଦସ୍ୟମାନଙ୍କୁ ଜନୈକ ବ୍ୟକ୍ତି ଗାଳି କରିବା ଏବଂ ଆପତ୍ତିଜନକ ମନ୍ତବ୍ୟ ଦେବା ବିରୋଧରେ ଥାନାରେ ଅଭିଯୋଗ ହୋଇଛି। ଚୌଦ୍ୱରସ୍ଥିତ କାଳଭୈରବ ଚେରିଟେବୁଲ ଟ୍ରଷ୍ଟର ସଦସ୍ୟମନେ ଚୌଦ୍ୱାର ଥାନାରେ କରିଥିବା ଅଭିଯୋଗ ସୁତ୍ରରୁ ପ୍ରକାଶ ଯେ ବଡ଼ସାମନ୍ତରାପୁର ଗ୍ରାମର ଜନୈକ ବ୍ୟକ୍ତି ଫେସ୍‍ ବୁକ୍‍ ପ୍ଲାଟଫର୍ମରେ ଟ୍ରଷ୍ଟର ସଦସ୍ୟାମାନଙ୍କ ବିରୋଧରେ ବାରମ୍ବାର ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କରୁଥିବାରୁ ତାହା ଅନୁଷ୍ଠାନ ଏବଂ ସଦସ୍ୟାମାନଙ୍କ ଅତ୍ମସମ୍ମାନ ଉପରେ ଆଞ୍ଚ ଆଣିଛି। ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ ଆଇନ୍‍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଦସ୍ୟାମାନେ ଦାବି କରିଛନ୍ତି।

Comments are closed.