ତ୍ରିପୁରାରେ ବିଜେପିର ଆକ୍ରମଣ ବିରୋଧରେ ପ୍ରତିବାଦ

ଚୌଦ୍ୱାର: ବିଜେପି ଓ ଆରଏସ୍‍ଏସର କର୍ମୀମାନେ ତ୍ରିପୁରାରେ ଗତ ୭ତାରିଖରେ ସିପିଆଇ (ଏମ)ର ରାଜ୍ୟ କାର୍ଯ୍ୟଳୟ ପୋଡ଼ିବା ଏବଂ ସିପିଏମ୍‍ର ବହୁ ନେତା ଓ କର୍ମୀଙ୍କୁ ଆକ୍ରମଣ କରିବା ପ୍ରତିବାଦରେ ଭାରତ କମ୍ୟୁନିଷ୍ଟ ପାର୍ଟି ଟାଙ୍ଗୀ-ଚୌଦ୍ୱାର ଆଞ୍ଚଳିକ କମିଟି ପକ୍ଷରୁ ଶୁକ୍ରବାର ଚୌଦ୍ୱାର ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଆରଏସ୍‍ଏସ୍‍ ଓ ବିଜେପିର ଏହିଭଳି ହିଂସ୍ର ଆଚରଣ ବିରୋଧରେ ଗଣତନ୍ତ୍ରପ୍ରେମୀ ତଥା ଦେଶବାସୀ ସ୍ୱର ଉତ୍ତୋଳନ କରିବା ସହିତ ଏହାର ପ୍ରତିବାଦ କରିବା ପାଇଁ ସଭାରେ ଆହ୍ୱାନ ଦିଆ ଯାଇଥିଲା। ସିପିଆଇ(ଏମ)ର ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ବିଷ୍ନୁ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରମିକ ନେତା ପିତାମ୍ବର ଲେଙ୍କା, ରଶ୍ମିରଞ୍ଜନ ତ୍ରିପାଠୀ, କୃଷକ ନେତା ଡମ୍ବରୁଧର ସାହୁ, ରମେଶ ବେହେରା, ବିପିନ ବିହାରୀ ସାହୁ, ଜୟ ସିଂଙ୍କ ସମେତ ବହୁ କର୍ମୀ ଯୋଗଦେଇ ବିଜେପିର ଏଭଳି କାର୍ଯ୍ୟକଳାପର ଦୃଢ ନିନ୍ଦା କରିଥିଲେ।

Comments are closed.