ଜାତୀୟ ପୃଷ୍ଟି ସପ୍ତାହ ଓ ସାକ୍ଷରତା ଦିବସ ପାଳିତ

ଚୌଦ୍ୱାର: ଇମ୍ଫା ଶିଳ୍ପ ଗୋଷ୍ଠିର ସାମାଜିକ ଦାୟିତ୍ୱବୋଧ ଶାଖା ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ୍‍ ତରଫରୁ ଜାତୀୟ ପୃଷ୍ଟି ସପ୍ତାହ ଓ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ ହୋଇ ଯାଇଛି। ଫାଉଣ୍ଡେସନ୍‍ ତରଫରୁ ଚୌଦ୍ୱାର ନିକଟବର୍ତ୍ତି ମଙ୍ଗରାଜପୁର, ମହିସାଲଣ୍ଡା ଓ କୁଷ୍ପଙ୍ଗୀ ପଞ୍ଚାୟତରେ ବିଭିନ୍ନ ଗ୍ରାମରେ ସୁଷମ ଖାଦ୍ୟ ସମ୍ପର୍କରେ ଆଲୋଚନାଚକ୍ର ମାନ ଆଲୋଚନା କରାଯାଇ ସୁପୋଷଣ ସମ୍ପର୍କରେ ଲୋକ ମାନଙ୍କୁ ସଚେତିତ କରାଯାଇଥିଲା। ଇମ୍ଫାର ଡିଜିଏମ୍‍ ଜି. ସାରଦା ପ୍ରସାଦ ରାଓ, ଜିଏମ୍‍ ସମରେନ୍ଦ୍ର ବେଉରା, ଲୋକ ସମ୍ପର୍କ ଅଧିକାରୀ ଧୃବ ଚରଣ ରାଉତ, ସିନିୟର ମ୍ୟାନେଜର ମାନସ ପ୍ରଧାନ, ଫାଉଣ୍ଡେସନ୍‍ ଡିଜିଏମ୍‍ ନିଲେନ୍ଦୁ ଚାଟାର୍ଜୀ ପ୍ରମୁଖ ଏଥିରେ ଯୋଗଦେଇ ‘ପ୍ରାରମ୍ଭରୁ ହିିଁ ସଠିକ୍‍ ଖୁଆନ୍ତ’ ଶୀର୍ଷକ ବାର୍ତ୍ତା ଉପରେ ଆଲୋଚନା କରି ପରିବାରର ଉତ୍ତମ ସ୍ୱାସ୍ଥ୍ୟରକ୍ଷା ପାଇଁ ସୁଷମ ଖାଦ୍ୟର ଚୟନ, ଉତ୍ପାଦନ, ପ୍ରସ୍ତୁତି ଓ ସେବନ ସମ୍ପର୍କରେ ସଚେତନ କରାଇଥିଲେ।

ଏହି ଅବସରରେ ଗ୍ରାମାଞ୍ଚଳରେ ନିରକ୍ଷରମାନଙ୍କୁ ସାକ୍ଷର କରିବା ଦିଗରେ ସମସ୍ତେ ଆଗଭର ହୋଇ କାର୍ଯ୍ୟକରିବାକୁ ଅତିଥି ମାନେ ଲୋକ ମାନଙ୍କୁ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି କର୍ମୀ, ସହାୟିକା, ଆଶାକର୍ମୀ, ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା, ସମେତ ପ୍ରସୂତି ଓ ଗର୍ଭବତୀଙ୍କ ସମେତ ୧୫୦ରୁ ଉର୍ଦ୍ଧ ହିତାଧିକାରୀ ଅଂଶ ଗ୍ରହଣ କରିଥିଲେ। ବିଆଇପିଏଫ ତରଫରୁ ବିଭିନ୍ନ ସ୍ଥାନରେ ସୁଷମ ଖାଦ୍ୟ ଉପରେ ପ୍ରଦର୍ଶନୀ ମାନ ଆୟୋଜନ କରାଯାଇଥିଲା। ଆଶୀଷ ଦାସ,ସୁନୀଲ ପରିଡ଼ା, ଚନ୍ଦ୍ର ଶେଖର ମହାପାତ୍ର, ଶୁଭଶ୍ରୀ ନାୟକ, ଜ୍ଞାନ ରଞ୍ଜନ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.