କାଠ ମିଲ ସିଲ କଲା ବନବିଭାଗ

ଚୌଦ୍ୱାର: ଚୌଦ୍ୱାର ଥାନା ଗୋପାଳପୁର ଶିଳ୍ପାଞ୍ଚଳରେ ଗଢିଉଠିଥିବା କରତକଳ ଶିଳ୍ପପୁଞ୍ଜରେ ଏକ କମ୍ପାନୀକୁ ସିଲ କରିଛି ବନବିଭାଗ। ମଙ୍ଗଳବାର ଅପରାହ୍ନ ୫ଟା ସମୟରେ ଡିଏଫ୍‍ଓ ସଞ୍ଜୟ କୁମାର ସ୍ୱାଇଁଁଙ୍କ ନିର୍ଦ୍ଦେଶକ୍ରମେ ଉତ୍କଳ ଇଣ୍ଡଷ୍ଟ୍ରୀଜ ନାମକ କମ୍ପାନୀରେ ବେଆଇନ ଭାବେ ଶିମିଳି କାଠ କଟାଯାଉଥିବା ଖବରପାଇ ଅଚାନକ ଚଢାଉ କରାଯାଇଥିଲା। ପ୍ରାୟ ୩୦ସିଫ୍ଟରୁ ଉର୍ଦ୍ଧ କାଠ ସହ ଓଆର୧୯ଡି୫୫୭୦ ନମ୍ବର ଟ୍ରକକୁ ଜବତ କରାଯାଇଛି।କ୍ରମାଗତ ଭାବେ ଇଡକୋ ଲ୍ୟାଣ୍ଡରେ ଗଢି ଉଠିଥିବା କରତକଳ ଶିଳ୍ପପୁଞ୍ଜରେ ବିଭିନ୍ନ ସମୟରେ ବେଆଇନ ଭାବେ କାଠ କଟାଯାଉଥିବା ଖବର ଚର୍ଚ୍ଚାକୁ ଆସୁଛି। ଅନୁରୁପ ଭାବେ ଏହି କରତକଳ ଶିଳ୍ପପୁଞ୍ଜରେ ଥିବା ଏକ ସମିଲକୁ ମଧ୍ୟ ବନବିଭାଗ ସିଲ କରିଥିଲା।ଆଜିର ଚଢାଉରେ ବୈରୀ ରେଞ୍ଜ ଅଫିସର ଅଭିରାମ ଜେନା,ଏସିଏଫ୍‍ ମନୋରଞ୍ଜନ ସ୍ୱାଇଁ,ବନପାଳ ମନୋରମା ହୋତା ପ୍ରମୁଖ ସାମିଲ ଥିବା ଜଣାପଡିଛି।ବନବିଭାଗ ପକ୍ଷରୁ ଜବତ କାଠଗୁଡିକୁ ନିଜ ହେପାଜତକୁ ନିଆଯିବା ସହିତ ସ ମିଲକୁ ସିଜ କରିବା ସହ କମ୍ପାନୀରେ ଥିବା ମୋଟର ଓ ଯନ୍ତ୍ରାଶଂକୁ ଖୋଲା ଯାଇଛି। ଏହି ଘଟଣାରେ ୩ଜଣକୁ ଗିରଫ କରିଛି ବନବିଭାଗ।

Comments are closed.