ଚୌଦ୍ୱାର ଜେଲରେ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଏମଭି ପ୍ରସାଦ

ଚୌଦ୍ୱାର: କଟକ ସ୍ୱତନ୍ତ୍ର ଚିଟ୍‍ଫଣ୍ଡ କୋର୍ଟରୁ ମଙ୍ଗଳବାର ସନ୍ଧ୍ୟାରେ ଚୌଦ୍ୱାର ଜେଲକୁ ଆସିଛନ୍ତି ଆନ୍ଧ୍ର୍ରପ୍ରଦେଶର ପୂର୍ବତନ ବିଧାୟକ ଏମଭି ପ୍ରସାଦ। ସୂଚନା ଅନୁଯାଇ ବିଶାଖାପାଟଣାର ପଶ୍ଚିମ ଜୋନର ପୂର୍ବତନ ବିଧାୟକ ଏମ.ଭି ପ୍ରସାଦ ୱେଲଫେୟାର ଗ୍ରୁପ ଅଫ୍‍ କମ୍ପାନୀ ଖୋଲିଥିଲେ। ଏହି କମ୍ପାନୀ ଓଡିଶା,ଆନ୍ଧ୍ର,ଛତିଶଗଡ ପ୍ରମୁଖ ରାଜ୍ୟରେ ଶାଖା ଖୋଲି ଲୋକଙ୍କ ଟଙ୍କା ଡବଲ ହେବା ଓ ଜମୀ ଯୋଗଇ ଦେବାକୁ କହି ଅର୍ଥ ଆଦାୟ କରିଥିଲେ। ମାତ୍ର ପରବର୍ତ୍ତି ସମୟରେ ଲୋକଙ୍କୁ ଠକିଥିଲା ଏହି କମ୍ପାନୀ। ଏନେଇ ଠକାମୀର ଶିକାର ହୋଇଥିବା ସମୀର କୁମାର ସାହୁ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଶାଖା (ଇଓଡବ୍ଲୁ)ୁ ରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିର୍ତ୍ତିକରି ଇଓଡବ୍ଲୁ ମାମଲା ରୁଜୁ କରିଥିଲା। କୋର୍ଟରେ ହାଜର ପରେ ଏମିଭି ପ୍ରସାଦଙ୍କ ପକ୍ଷରୁ ଜାମିନ୍‍ ଆବେଦନ କରାଯାଇଛି। ମାତ୍ର ତାଙ୍କ ଜାମିନ୍‍ ଆବେଦନ ଶୁଣାଣିକୁ ସୋମବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।

Comments are closed.