ଗାୟତ୍ରୀ ପରିବାର ପକ୍ଷରୁ ଚାରା ରୋପଣ

ଚୌଦ୍ୱାର: ଚୌଦ୍ୱାର ଚାରବାଟିଆ ଗାୟତ୍ରୀ ପରିବାର ପକ୍ଷରୁ ବାଣିପଦା ପଞ୍ଚାୟତର ଦେବୀନଗର ଗ୍ରାମରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଯୁବନେତା ତୀର୍ଥାନନ୍ଦ ସୁବୁଦ୍ଧିରାୟ ଓ ଗାୟତ୍ରୀ ପରିବାରର ସଦସ୍ୟ ଅଗାଧୁ ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ୧୩୨ଟି ଦରକାରୀ ବୃକ୍ଷର ଚାରା ରୋପଣ କରାଯାଇଥିଲା। କବି ତଥା ଆଧ୍ୟାତ୍ମବାଦୀ ସହଦେବ ବରାଳ, ମନୋଜ ମହାପାତ୍ର, ସତ୍ୟଜିତ୍‍ ମହାନ୍ତି, ସରୋଜ କୁମାର ମହାନ୍ତି, ଆଦିତ୍ୟ ଦାସ, ପ୍ରଭାତି କୁମାରୀ ପଟ୍ଟନାୟକ, ଅନୁପମା ସୁବୁଦ୍ଧିରାୟ, ଶରତ ଚନ୍ଦ୍ର ନାୟକ, ଭୁବନାନନ୍ଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

Comments are closed.