ବିଭିନ୍ନ ସମସ୍ୟା ନେଇ ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ଚୌଦ୍ୱାର: ଚୌଦ୍ୱାର ପୌରପାଳିକାର ବିଭିନ୍ନ ୱାର୍ଡରେ ଥିବା ସମସ୍ୟା ଗୁଡିକୁ ନେଇ ଚୌଦ୍ୱାର ବିଜେପି ମଣ୍ଡଳ ପକ୍ଷରୁ ଏକ ଦାବିପତ୍ର ପୌରନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ପୌରପାଳିକାର ୧ରୁ୫ନଂ ୱାର୍ଡ ଓ ୯ନଂ ୱାର୍ଡରେ ଦୀର୍ଘଦିନ ଧରି ଅଳିଆ ଆବର୍ଜନା ସଫା ନହୋଇ ପଡିରହିବା ଫଳରେ ଅସ୍ୱସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହିତ କପାଳେଶ୍ୱର ମନ୍ଦିର ଠାରୁ ଥର୍ମାଲ ରାସ୍ତାରେ ଦୀର୍ଘଦିନ ଧରି ପାଣି ଜମି ରହିବା ଫଳରେ ଲୋକେ ନାହଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି। ସେହିପରି ୱାର୍ଡ ନଂ୧୯ରେ ପୌରପାଳିକା ତରଫରୁ ନିର୍ମାଣ ହୋଇଥିବା ଡ୍ରେନ କିଛି ସ୍ଥାନରେ ଭାଙ୍ଗିରୁଜି ଯାଇଥିବା ବେଳେ ବର୍ଷାଜଳ ଓ ବର୍ଯ୍ୟପାଣି ରାସ୍ତାରେ ଜମିରହି ଅସ୍ୱସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ତୁରନ୍ତ ପୌର କତୃପକ୍ଷ ଏହି ସବୁ ସମସ୍ୟା ଦିଗରେ ଦୃଷ୍ଟି ଦେବା ପାଇଁ ଚୌଦ୍ୱାର ମଣ୍ଡଳ ସଭାପତି କୈଳାଶ ଚନ୍ଦ୍ର ବେହେରା, ବୈରାଗୀ ଚରଣ ପ୍ରଧାନ, ପ୍ରଶାନ୍ତ କୁମାର ହୋତା, ଅକ୍ଷୟ ଭୁୟାଁ, ପ୍ରକାଶ ଚନ୍ଦ୍ର ବଡଜେନା, ଦୁଃଶାସନ ମୁଦୁଲି ଆଦି କର୍ମକର୍ତ୍ତା ନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।

Comments are closed.