ଚୌଦ୍ୱାରରେ ଗୁରୁପୁର୍ଣ୍ଣିମା ପାଳିତ

ଚୌଦ୍ୱାର: ବିଜେପି ଚୌଦ୍ୱାର ମଣ୍ଡଳ ପକ୍ଷରୁ ପବିତ୍ର ଗୁରୁପୁର୍ଣ୍ଣିମା ଉତ୍ସବ ପାଳିତ ହୋଇ ଯାଇଛି।ମଣ୍ଡଳ ସଭାପତି କୈଳାଶ ଚନ୍ଦ୍ର ବେହେରାଙ୍କ ପୌରହିତ୍ୟରେ୧୭ନଂ ୱାର୍ଡରେ ଥିବା ଦଳ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଉପସଭାପତି ପ୍ରଶାନ୍ତ ହୋତା ଯୋଗଦେଇ ଭାରତମାତାଙ୍କ ଫଟୋଚିତ୍ରରେ ପୁଷ୍ପ,ଧୁପ,ଦୀପ ଅର୍ପଣ ପୁର୍ବକ ପୂଜାର୍ଚ୍ଚନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂପାଦକ ବୈରାଗୀ ଚରଣ ପ୍ରଧାନ, ଇଂ.ହରିହର ରଣା, ରମେଶ ଚନ୍ଦ୍ର ନାୟକ, ପଦ୍ମଚରଣ ବେହେରା, କମଳ ମହାନ୍ତି, କ୍ରୀଷ୍ନା ରାଓ, କମଲ ସ୍ୱାଇଁ, ସନ୍ତୋଷ କୁମାର ସାହୁ, ସଂଜୀତ ମହାନ୍ତି, ଗୌତମ ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ଅନୁରୁପ ଭାବେ ଚୌଦ୍ୱାର ହାଉସିଂବୋର୍ଡ ସ୍ଥିତ ସାଇ ମନ୍ଦିର ଓ ଯାତ୍ରା ପଡିଆ ସ୍ଥିତ ସାଇ ମନ୍ଦିରରେ ଗୁରୁପୁର୍ଣ୍ଣମା ଉତ୍ସବ କରୋନା କଟକଣା ସହିତ ନିରାଡମ୍ବରରେ ପାଳିତ ହୋଇଛି।

Comments are closed.