ଚୌଦ୍ୱାର ମହାବିଦ୍ୟାଳୟରେ ସମୁହ ନମୁନା ପରୀକ୍ଷଣ ଶିବିର

ଚୌଦ୍ୱାର: ଚୌଦ୍ୱାର ମହାବିଦ୍ୟାଳୟରେ ଏକ ନମୁନା ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଶିବ ନାରାୟଣ ରଣାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ମହାବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ଆଣ୍ଟିଜେନ ପରୀକ୍ଷା କରାଯାଇଥିଲା।

ବର୍ତ୍ତମାନ କରୋନା ଭୟାବହତାକୁ ଦୃଷ୍ଟିରେ ରଖି ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତାଙ୍କୁ କରୋନାରୁ ସୁରକ୍ଷା ଦେବା ଲକ୍ଷରେ ଏହି ଶିବିର ଆୟୋଜନ କରାଯାଇଥିବା ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ଟାଙ୍ଗୀ ଗୋଷ୍ଠୀ ଉନ୍ନିତ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଚୌଦ୍ୱାର ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନର କର୍ମକର୍ତ୍ତାମାନେ ନମୁନା ପରୀକ୍ଷା କରିଥିଲେ। ପରୀକ୍ଷଣରେ ସମସ୍ତ ନମୁନା ନେଗେଟିଭ ଆସିଥିବା ଅଧ୍ୟକ୍ଷଙ୍କ ସୁତ୍ରରୁ ପ୍ରକାଶ।

Comments are closed.