ବିଚାରଧୀନ କଏଦୀର ମୃତ୍ୟୁ

ଚୌଦ୍ୱାର: ଚୌଦ୍ୱାର ଜେଲରେ ଥିବା ଜଣେ ବିଚାରଧୀନ କଏଦୀର ଗୁରୁବାର ପୂର୍ବାହ୍ନରେ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ କଟକ ୪୨ମୌଜା ଅନ୍ତର୍ଗତ ତିଳପଦା ଗ୍ରାମର ତ୍ରିନାଥ ବେହେରା(୬୫) । ସେ ଧୋକାଧଡ଼ି ମାମଲାରେ ଗିରଫ ହୋଇ ଗତ ଜାନୁୟାରୀ ୧୦ ତାରିଖରେ ଚୌଦ୍ୱାର ଜେଲକୁ ଆସିଥିଲେ । ଗୁରୁବାର ସକାଳ ୭.୩୦ ମିନିଟ ସମୟରେ ସେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଜେଲ ତରଫରୁ ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ୍ ଯେଗେ କଟକ ବଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆ ଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି । ଜେଲ କର୍ତ୍ତୃପକ୍ଷ ତ୍ରିନାଥଙ୍କ ମର ଶରୀରକୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି ।

Comments are closed.