ପାଲା ମହୋତ୍ସବ ପ୍ରସ୍ତୁତି ବୈଠକ

ଚୌଦ୍ୱାର: ଚୌଦ୍ୱାରର ଐତିହାସିକ ଶ୍ରୀ ସତ୍ୟନାରାୟଣ ପାଲା ମହୋତ୍ସବ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ସତ୍ୟ ନାରାୟଣ ପାଲାସମିତି ଉପ ସଭାପତି ଲିଙ୍ଗରାଜ ସାହୁ ବଡ଼ ବଜାରସ୍ଥିତ ଶ୍ରୀ ସତ୍ୟନାରାୟଣ ପୂଜା ମଣ୍ଡପରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଜୟ କୁମାର ବେହେରା, ପଦ୍ମଶ୍ରୀ ଡ. ଉଚ୍ଛବ ଚରଣ ଦାସ, ମନୋଜ କୁମାର ନାୟକ,ରବି ନାରାୟଣ ସାହୁ, ସୁଶାନ୍ତ କୁମାର ନାୟକ, ବିଚିତ୍ରାନନ୍ଦ ସାହୁ, ସଦାନନ୍ଦ ସାହୁ,ମାନସ ସାହୁ, ଅଶୋକ ବେହେରା, ହରିହର ସାହୁ ପ୍ରମୁଖ ସଦସ୍ୟ ଆଲୋଚନାରେ ଅଂଶ ଗ୍ରହଣ କରି ଚଳିତ ମାସ ୧୮ ତାରିଖ ଜନ୍ମାଷ୍ଟମୀ ଠାରୁ ଆରମ୍ଭ ହୋଇ ଦୀର୍ଘ ୧୧ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପାଲା କାର୍ଯ୍ୟକ୍ରମକୁ ଜାକ ଜମକରେ ଆୟୋଜନ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ସୁପ୍ରତିଷ୍ଠିତ ବହୁ ପାଲାକାରଙ୍କ ଦ୍ୱାରା ପାଲା ପରିବେଷର କରାଯିବା ସ୍ଥିର କରାଯାଇଥିଲା। ଲିଙ୍ଗରାଜ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.