ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ଚୌଦ୍ୱାର: ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଜ୍ଞାନ ବିଜ୍ଞାନ ମେଳା ଆୟୋଜିତ ହୋଇ ଯାଇଛି। ପରିଚାଳନା କମିଟି ସଭାପତି ସ୍ୱପ୍ନା ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଗୋଖଲେ ଆଦର୍ଶ ମହାବିଦ୍ୟାଳୟର ଅଧ୍ୟାପକ ଉତ୍ତମ କୁମାର ଦାସ ଉଦ୍‍ଘାଟନ କରି ଦୈନନ୍ଦିନ ଜୀବନରେ ବିଜ୍ଞାନର ଉପଯୋଗିତା ଓ ଏହାର ବ୍ୟବହାର ସମ୍ପର୍କରେ ପିଲା ମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ। ପ୍ରଧାନ ଆଚାର୍ଯ୍ୟ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଆଚାର୍ଯ୍ୟ ବାଣୀ ଭୂଷଣ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ପରିପ୍ରେକ୍ଷିରେ ଆୟୋଜିତ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ, ଗଣିତ ପ୍ରଶ୍ନ ମଞ୍ଚ, ପତ୍ର ବାଚନ, ଗଣିତ ପ୍ରୟୋଗ, ସଂସ୍କୃତି ଜ୍ଞାନ ଇତ୍ୟାଦି କାର୍ଯ୍ୟକ୍ରମରେ ବିଦ୍ୟାଳୟର ୪୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ପାଦକ ସମର କୁମାର ଚୌଧୁରୀ, ସଂକୁଳ ପ୍ରମୁଖ ବଂଶୀଧର କାଣ୍ଡି, ହିମାଂଶୁ ଭୂଷଣ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ କରିଥିଲେ।ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Comments are closed.