ମହାନଦୀରେ ବୁଡ଼ି ଜଣେ ମୃତ

ଚୌଦ୍ୱାର: ମହାନଦୀର ଚଷାପଡ଼ା ଘାଟରେ ରବିବାର ରାତିରେ ନଦୀରେ ବୁଡ଼ି ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ଚଷାପଡ଼ା ଗ୍ରାମର ବସନ୍ତ ସ୍ୱାଇଁ(୫୫)। ସେ କାମଧନ୍ଦା ସାରି ଘରକୁ ଫେରିବା ପରେ ରାତିରେ ନଦୀକୁ ଯାଇ ଗାଧୋଉଥିବା ବେଳେ ହଠାତ୍‍ ପାଣିରେ ବୁଡ଼ି ଯାଇଥିଲେ। ବସନ୍ତ ଘରକୁ ଫେରିବା ଡେରି ହେବାରୁ ଘରଲୋକେ ଏବଂ ଗ୍ରାମର କିଛି ଲୋକ ନଦୀରେ ବହୁ ସମୟ ଖୋଜାଖୋଜି କରି ବସନ୍ତଙ୍କ ଶବକୁ ଉଦ୍ଧାର କରିଥିଲେ। ଟିପିଏମ୍‍ ଫାଣ୍ଡୀ ପୁଲିସ ଏସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଇଛନ୍ତି।

Comments are closed.