ଚୌଦ୍ବାର ଜେଲ୍‌କୁ ବ୍ୟାପିଲା କରୋନା

ଭୁବନେଶ୍ବର: କଟକ ଚୌଦ୍ବାର ଜେଲ୍‌କୁ କରୋନା ବ୍ୟାପିଲା। ଆଜି କଟକ ଚୌଦ୍ବାର ଜେଲ୍‌ରେ ୮ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି। ସମସ୍ତ କରୋନା ଆକ୍ରାନ୍ତଙ୍କୁ କୋଭିଡ୍‌ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି ବୋଲି ଜେଲ୍‌ କତ୍ତୃପକ୍ଷ ସୂଚନା ଦେଇଛନ୍ତି। ଅପରପକ୍ଷରେ ଚୌଦ୍ବାର ଜେଲ୍‌ରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଅନ୍ତେବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଜେଲ୍‌ ଭିତରେ ଅନ୍ତେବାସୀମାନେ ଆଶା ଓ ଆଶଙ୍କାରେ ଜୀବନ ଅତିବାହିତ କରୁଛନ୍ତି। ଜେଲ୍‌ରେ କରୋନା କଟକଣା ଜାରି କରାଯାଇଥିବାବେଳେ ଅନ୍ତେବାସୀଙ୍କୁ ମାସ୍କ ପିନ୍ଧିବା, ନିୟମିତ ବ୍ୟବଧାନରେ ହାତ ସଫାସୁତୁରା କରିବା, ପରିସ୍କାର ପରିଚ୍ଛନ୍ନ ରହିବା ଆଦି ଉପରେ ସତର୍କତା ଅବଲମ୍ବନ ପାଇଁ ସଚେତନତା ସୃଷ୍ଟି କରାଯାଉଛି ବୋଲି ଜେଲ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Comments are closed.